ଗତକାଲି ଆମ ଓଡ଼ିଆ ଉଇକି ପରିବାରର ସଦସ୍ୟ ଶିତିକଣ୍ଠ ଦାସ, ଡ. ସୁବାସ ଚନ୍ଦ୍ର ରାଉତ,
ଭାରତୀୟ ଜନସଂସ୍ଥାନ ସଂସ୍ଥାନର (IIMC) ଦୁଇ ପୂର୍ବତନ ଛାତ୍ରୀ ଆଦ୍ୟାବର୍ଷା ପ୍ରିୟଦର୍ଶିନୀ
ଓ ଟୁଇଙ୍କିଲ ପଟ୍ଟନାୟକ (ଯେ ଟିକେ ବିଳମ୍ବରେ ଆସିଲେ!) ଓ ମୁଁ ଭୁବନେଶ୍ୱରର ମାସିକ ମେଳଣର
ଆୟୋଜନ କରିଥିଲୁ । ଏଥିରେ ଆମେ ଅନ୍ୟାନ୍ୟ ବିଭିନ୍ନ ଆଲୋଚନା ସହିତ IIMCର ବିଗତ ୨ ବର୍ଷ
ଭିତରେ ହୋଇଥିବା ଓଡ଼ିଆ ଉଇକିପିଡ଼ିଆ ଶିକ୍ଷା ପ୍ରକଳ୍ପ ବାବଦରେ ଆଲୋଚନା କରିଥିଲୁ । ଆଦ୍ୟା
ଓ ଟୁଇଙ୍କିଲ ଦୁହେଁ ଏଥିରେ ଗତବର୍ଷ ଜଡ଼ିତ ଥିବାରୁ ସେମାନେ ଦେଇଥିବା କେତୋଟି ମତାମତ ଓ
ଆମେ ସମସ୍ତେ ମିଳିତ ଭାବେ ଆଲୋଚନା କରିଥିବା କିଛି ଆମର ଆଗାମୀ କାର୍ଯ୍ୟକ୍ରମକୁ ଅଧିକ
ବ୍ୟବସ୍ଥିତ କରିବ ବୋଲି ଆଶା କରି ଏଠାରେ ଉପସ୍ଥାପିତ କଲି ଯାହା ଆପଣମାନେ ବିଚାର କରି ନିଜର
ମତ ଦେଇପାରିବେ:
- ଆଗରୁ ହୋଇଥିବା ଉଇକିପିଡ଼ିଆ କାର୍ଯ୍ୟକ୍ରମରେ କର୍ମଶାଳାମାନଙ୍କ ଭିତରେ ଯେଉଁ ବ୍ୟବଧାନ
ଥିଲା ସେଥିରେ ନୂଆ-ପୁରୁଣା ଉଇକିଆଳିଙ୍କ ଭିତରେ ବିଶେଷ କିଛି ଆଳାପ-ଆଲୋଚନା ହୋଇନଥିଲା ।
ଆଗକୁ ସେମାନେ କିପରି ନିୟମିତ ନିଜ ନିଜ ଭିତରର ନିୟମିତ ସମ୍ପର୍କରେ ରହିବେ ତାହାର
ବ୍ୟବସ୍ଥା କରାଗଲେ ପୁରୁଖା ଉଇକିଆଳିମାନେ ନୂଆମାନଙ୍କୁ ଦୂରରେ ଥାଇ ଫେସବୁକ, ଚାଟ ଓ ମେଲ
ମାଧ୍ୟମରେ ମଧ୍ୟ ସେମାନଙ୍କୁ ଅସୁବିଧା ବେଳେ ସାହାଯ୍ୟ କରିପାରିବେ ।
- ଗଣମାଧ୍ୟମ ଛାତ୍ରମାନଙ୍କର ମୂଳ ଆଗ୍ରହ ଥାଏ ସେମାନଙ୍କ ଶ୍ରେୟରେ, ଏପରିକି ଅନୁଷ୍ଠାନରୁ
ପ୍ରକାଶିତ ଖବରକାଗଜରେ ମଧ୍ୟ ସେମାନଙ୍କ ନାମ ରହିଥାଏ । ଏ ଶ୍ରେୟସବୁ ସେମାନଙ୍କୁ ପରେ
ଚାକିରୀ କ୍ଷେତ୍ରରେ ସାହାଯ୍ୟ କରେ । ଉଇକିପିଡ଼ିଆରେ ଏହାର ସୁବିଧା ନଥିଲେ ମଧ୍ୟ
ଅନୁଷ୍ଠାନ ପକ୍ଷରୁ ମାନପତ୍ର ତଥା ପ୍ରକାଶିତ ଖବରକାଗଜରେ ଛାତ୍ରମାନେ ଗଢ଼ୁଥିବା ପ୍ରସଙ୍ଗ
ସହିତ ସେମାନଙ୍କ ନାମ ପ୍ରକାଶ କରାଯାଇପାରିଲେ ପିଲାଙ୍କର ଆଗ୍ରହ ବଢ଼ିବ ।
- ଉଇକିପିଡ଼ିଆକୁ ଏକ ପାଠ୍ୟଖସଡ଼ା ବାହାରେ ଅଧିକ କାର୍ଯ୍ୟକ୍ରମ ବୋଲି ଏକ ଧାରଣା ତିଆରି
ହୋଇଛି ଯାହାକୁ ପାଠ୍ୟ ଅନ୍ତର୍ଭୁକ୍ତ ହେବାଭଳି ଏକ ବ୍ୟବସ୍ଥା ତିଆରି କରାଯାଇପାରିଲେ
ଛାତ୍ରମାନେ ତାହାକୁ ଅଧିକ ଗୁରୁତ୍ତ୍ୱ ଦେଇ ସମ୍ପାଦନା କରନ୍ତେ ।
- ପୁରୁଖା ଉଇକିଆଳି ଡ ସୁବାସ ରାଉତ, ଆଦ୍ୟା ଓ ଟୁଇଙ୍କିଲ ଏକମତରେ ଜଣାଇଥିଲେ ଯେ କେବଳ
ପୁରୁଖା ଉଇକିଆଳି ନୁହଁନ୍ତି, ବରଂ ଅନୁଷ୍ଠାନର ପୁରୁଣା ଛାତ୍ର ଯେଉଁମାନେ ଆଗରୁ
ଉଇକିପିଡ଼ିଆ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି ଏବଂ ଏ ବର୍ଷର ଛାତ୍ରମାନଙ୍କ ସାଙ୍ଗେ
ଉଣାଅଧିକେ ପରିଚିତ ସେମାନଙ୍କୁ ମଧ୍ୟ ନୂଆ ଛାତ୍ରଙ୍କୁ ତାଲିମ ଦେବାଲାଗି ନେବା ଉଚିତ ।
ପୁରୁଣା ଛାତ୍ରମାନେ ନୂଆ ଛାତ୍ରଙ୍କ ଭିତରେ ଉଇକିପିଡ଼ିଆରେ ସମ୍ପାଦନାକୁ ନେଇ କିଛି ଆଗ୍ରହ
ତିଆରି କରିଛନ୍ତି ଯାହା ସେମାନେ କର୍ମଶାଳାମାନଙ୍କରେ ଶିକ୍ଷାଦାନ କରି ଆଗକୁ ମଧ୍ୟ
ନେଇପାରିବେ ।
- ଶେଷରେ ସମସ୍ତେ ଅଧିକ ବ୍ୟବଧାନ ନ ରଖି ମାସରେ ଦୁଇଥର ଉଇକିପିଡ଼ିଆ କର୍ମଶାଳା
କାର୍ଯ୍ୟକ୍ରମ କରାଯାଇପାରିଲେ ତାହା ଅଧିକ ଫଳପ୍ରଦ ହେବ ବୋଲି ମତପ୍ରକାଶ କରିଥିଲେ ।
*(ଏସବୁ ସହିତ, ଆମେ ସମସ୍ତେ ବର୍ଷା କମିବା ପରେ ଏକ ଉଇକି-ବଣଭୋଜିରେ ଯିବା ପାଇଁ ଯୋଜନା
କରିଥିଲୁ । ଭୁବନେଶ୍ୱରର ଅନତି ଦୂରରେ ଥିବା ସ୍ଥାନ ଯଥା: ନନ୍ଦନକାନନ, ପୁରୁଣା
ଭୁବନେଶ୍ୱରର ମନ୍ଦିର ଆଦି ସମ୍ବାବିତ ସ୍ଥାନମାନଙ୍କ ଭିତରେ ରହିଛି । ଏହି ବଣଭୋଜିରେ
ଭୁବନେଶ୍ୱର ଉଇକି-ଟୁଙ୍ଗିର ପ୍ରଥମ ସଭ୍ୟ ପଞ୍ଜୀକରଣ ଆରମ୍ଭ ହେବ ।)*
ଏ ଉପର ଆଲୋଚନା ବାବଦରେ ଆପଣମାନଙ୍କ ବହୁମୂଲ୍ୟ ଅଭିମତ ନିଶ୍ଚୟ ଦେବେ ଯାହା ଆଗାମୀ କାମ
ପାଇଁ ସହାୟକ ହେବ ।
ସୁଭ
--
Subhashish Panigrahi
Programme Officer, Access To Knowledge
Centre for Internet and Society
@psubhashish
Show replies by date