== ଆଲୋଚନାର ସାରାଂଶ ==
୧) ଭୁବନେଶ୍ୱରରେ ଦଳବଦ୍ଧ ହୋଇ କାମ କରିବା ପାଇଁ ଏକ ସ୍ଥାନୀୟ ଦଳ "ଉଇକି ଟୁଙ୍ଗି"ର
ପ୍ରତିଷ୍ଠା ହେବ । ଏହାର ପ୍ରାରମ୍ଭିକ ଟିକେ ଭିନ୍ନ ଢଙ୍ଗରେ ହେବ । ଏକ ଉଇକି-ବଣଭୋଜି କରି
ନୂଆ-ପୁରୁଣା ସଦସ୍ୟ ମାନେ ଏକ୍ୟୁଟ ହେବେ ଓ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିବେ । ଏହା
ବାବଦରେ ଆଲୋଚନା ସଭାରେ ଆଲୋଚନା କରି ସଭିଙ୍କ ମତ ନିଆଯିବା ପରେ ଏହା ସେପ୍ଟେମ୍ବର ମାସରେ
ପାଳିତ ହେବ ।
୨) ଉଇକିଆଳିମାନେ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସରେ ଗତ ବର୍ଷ ହୋଇଥିବା
ଦୁଇଟି କର୍ମଶାଳାରୁ କିଛି ଆଶାନୁରୂପ ଫଳ ପାଇ ନ ଥିବାରୁ ଏ ବର୍ଷ ସେଠାରେ ଆଉ କର୍ମଶାଳା ନ
କରିବାକୁ ମତ ଦେଇଥିଲେ । ତେବେ ଏ ଥର ସେମାନେ ଉଇକିପିଡ଼ିଆ ବଦଳରେ ଉଇକି-ପାଠାଗାରରେ କେବଳ
ପୁରୁଣା ବହିସବୁ ଟାଇପ କରି ତାହାର ଇ-ବହି ତିଆରି କରିବାର କରିବା ବାବଦରେ ମତ ସମସ୍ତେ
ଗ୍ରହଣ କରିଥିଲେ । ତେବେ ଦୁଇ-ତିନିମାସ ଧରି ପିଲାଙ୍କ ଦେଇ ବହିର ଟାଇପ କରାଇ ପରେ ତାହାର
ଅନୁଶୀଳନ କରିବା ଠିକ ହେବ ବୋଲି ଯୋଗଦାନକାରୀ ଉଇକିଆଳିଗଣ ମତ ଦେଇଥିଲେ । ଏ ବର୍ଷ ସ୍ନାତକ
ଓ ସ୍ନାତକୋତ୍ତର ପିଲାଙ୍କୁ ନେଇ ତାଙ୍କ ଶିକ୍ଷକଙ୍କ ତତ୍ୱାବଧାନତାରେ ଉଇକି-ପାଠାଗାର ପାଇଁ
୧୧ ଟି ଓଡ଼ିଆ ବହିର (ଓଡ଼ିଶା ଦିବସରେ ବିତରିତ) ଡିଜିଟାଇଜେସନ ହେବ । ଗତ ବର୍ଷ ହୋଇଥିବା
କର୍ମଶାଳାଆଦିର ଫଳାଫଳ ବିଷୟରେ ଏକ ବିବରଣୀର ଆବଶ୍ୟକତା ରହିଛି ବୋଲି ଜଣେ ସଦସ୍ୟ ମତ
ପ୍ରକାଶ କରିଥିଲେ ।
୩) ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳରେ ଏ ବର୍ଷ ଯୋଗଦେଉଥିବା ପିଲାଙ୍କ ଭିତରେ କିଛି
ପ୍ରତିଯୋଗିତା କରି ସେମାନଙ୍କୁ ପୁରସ୍କାର ଦେଇ ଅଧିକ ଉତ୍ସାହିତ କରିବା ପାଇଁ ଉଇକିଆଳିମାନେ
ମତ ଦେଇଥିଲେ ।
୪) ଉଇକିଆଳିମାନେ ଉଭୟ କିସ ଓ ଆଇଆଇଏମସିରେ ନିୟମିତ (ସାପ୍ତାହିକ ବା ମାସରେ ଦୁଇଥର) ମୁଖ୍ୟ
କର୍ମଶାଳା କରିବା ଆଉ ପିଲାଙ୍କୁ କିଛି କାମ ଦେବା ଓ ସବୁଠାରୁ ଅଧିକ ସମ୍ପାଦନା କରିଥିବା
ଉଇକିଆଳିଙ୍କୁ ପୁରସ୍କୃତ କରିବା ପାଇଁ ମତ ଦେଇଥିଲେ ।
୫) ଆମର ଫେସବୁକ ଗୋଠଟି ଟିକେ ଶିଥିଳ ହୋଇଯାଉଛି । ସବୁଦିନ ଅତି କମରେ ଗୋଟେ ଯୋଡ଼େ ଆଲୋଚନା
କରିବା ପାଇଁ ମତ ଆସିଥିଲା । ଘଟୁଥିବା ନାନାଦି ଘଟଣା ବାବଦରେ ଲେଖି ଲୋକଙ୍କୁ ଆକୃଷ୍ଟ
କରିବା ଓ ସେମାନଙ୍କ ଭିତରୁ କିଛି ପାଠକ, ପ୍ରଚାରକ ଓ ସମ୍ପାଦକ ବାହାର କରିବା କାମ
ଉଇକିଆଳିମାନେ ମିଳି ମିଶି କରିବେ ।
୬) ମାସରେ ଅତିକମରେ ୨ ଥର IRC ଆଲୋଚନା କରି ବିଗତ କାମର ଅନୁଶୀଳନ ଓ ଆଗାମୀ କାମ ପାଇଁ
ଯୋଜନା କରିବା ବାବଦରେ ସଭିଏଁ ଏକମତ ହୋଇଥିଲେ । ଏ ବାବଦରେ ଘୋଷଣା କରିବା କାମ କେହି ଜଣେ
ଯେମିତି ହେଲେ ଆରମ୍ଭ କରିପାରିବ ତଥା ମାସର ୧ମ ଓ ୩ୟ କିମ୍ବା ୨ୟ ଓ୪ର୍ଥ ସପ୍ତାହ ହେଲେ ଭଲ
ହେବ ବୋଲି ଉଇକିଆଳିମାନେ ମତ ଦେଇଥିଲେ ।
2014-08-19 21:11 GMT+05:30 Subhashish Panigrahi <subhashish(a)cis-india.org>rg>:
ବନ୍ଧୁଗଣ,
ଏ ମାସରେ IRC ରେ ଆଲୋଚନା ହେବା ବାବଦରେ ଆଲୋଚନା ଫେସବୁକରେ ଚାଲିଥିଲା । ତେବେ ଅଧିକାଂଶ
ସକ୍ରିୟ ଉଇକିଆଳି ଆସନ୍ତା କାଲି ସନ୍ଧ୍ୟା ୮ ଘଟିକା ସମୟରେ ଏ ଆଲୋଚନା କରିବା ବାବଦରେ ମତ
ଦେଇଛନ୍ତି । ଆପଣ ସମସ୍ତଙ୍କୁ ଅନୁରୋଧ ଆସନ୍ତା କାଲି ଏହି ସମୟରେ
http://webchat.freenode.net/?channels=wikipedia-or ରେ ଏଥିରେ ଯୋଗ ଦେଇ
ଆଲୋଚନାରେ ଭାଗ ନେଇପାରିବେ ।
ଆଲୋଚନାର ବିଷୟ
୧) ଉଇକିଆଳିଙ୍କର ଅନୁଭୂତି ବଖାଣ (ଏଥିରେ ଭାଗ ନେଉଥିବା ଉଇକିଆଳିମାନେ ନିଜର କିଛି
ଅନୁଭୂତି ବଖାଣିବେ ଯାହା ବାକିମାନଙ୍କ କାମରେ ଲାଗିପାରିବ, ଏହା ଜଣକ ପାଇଁ ୨ ମିନିଟରୁ
ଅଧିକ ନ ହେଲେ ଭଲ)
୨) ଓଡ଼ିଶାରେ ଆଗାମୀ କାର୍ଯ୍ୟକ୍ରମ ପାଇଁ ଯୋଜନା (ଓଡ଼ିଶାରେ ଆଗାମୀ ୩ ମାସ ପାଇଁ କିଛି
ମୁଖ୍ୟ ସଙ୍ଘବଦ୍ଧ ହୋଇ କରିବାକୁ ଥିବା କାମର ଯୋଜନାର ରୂପରେଖ ତିଆରି)
ଯେଉଁମାନେ ଏଥିରେ ଭାଗ ନେଇପାରିବେ ନାହିଁ ଏହି ପୃଷ୍ଠାରେ କାଲି ରାତି ୧୦ ଟା ପରେ ସବିଶେଷ
ବିବରଣୀ ଦେଖିପାରିବେ ଓ ପୃଷ୍ଠାର ଆଲୋଚନା ପୃଷ୍ଠାରେ ନିଜର ମତାମତ ଦେଇପାରିବେ:
https://or.wikipedia.org/s/po3
ସୁଭ
@psubhashish
--
Best!
Subhashish Panigrahi
Programme Officer, Access To Knowledge
Centre for Internet and Society
@psubhashish