ସମୟ: ଆଜି ରାତି ୮ ଘଟିକା
ୱେବସାଇଟ:
http://webchat.freenode.net/?channels=wikipedia-or
ଆମ ଓଡ଼ିଆ ଉଇକି ସମୂହରୁ ତିନି ଜଣ ଉଇକିଆଳି: ଅଂଶୁମାନ ଗିରି, ମୃତ୍ୟଞ୍ଜୟ କର ଓ ଡା ସୁବାସ
ଚନ୍ଦ୍ର ରାଉତ ବେଙ୍ଗାଳୁରୁ ଠାରେ ଅନୁଷ୍ଠିତ ହେବାକୁ ଥିବା "କମ୍ୟୁନିଟି କନସେଲଟନସ" ପାଇଁ
ମନୋନୀତ ହୋଇଛନ୍ତି । ଉଇକିଆଳି ତିନିଙ୍କୁ ଆନ୍ତରିକ ଶୁଭେଚ୍ଛା! ଏହି କନସେଲଟସନରେ ଭାରତୀୟ
ଭାଷାର ବାକି ଉଇକିଆଳି, ଉଇକିମିଡ଼ିଆ ଇଣ୍ଡିଆ, ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟି ଏବଂ
ସର୍ବୋପରି ଉଇକିମିଡ଼ିଆ ଫାଉଣ୍ଡେସନ ଯୋଗଦେଇ ଏହି ଭାଷାମାନଙ୍କର ଆଗାମୀ ପଥ ପାଇଁ ଯୋଜନା
ନିର୍ଦ୍ଧାରଣ କରିବେ । ଏହା ଏକ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ଓ ଏଥିରେ ଓଡ଼ିଆ ଉଇକିମିଡ଼ିଆ
ପ୍ରକଳ୍ପସମୂହ ବାବଦରେ ଆଗାମୀ ଯୋଜନାର ରୂପରେଖ ସମସ୍ତେ ମିଶି ତିଆରି କରିପାରିଲେ ଏହାର
ବିଭିନ୍ନ ଦିଗ ବାବଦରେ ଏ ତିନି ଉଇକିଆଳି ବେଙ୍ଗାଳୁରୁଠାରେ ଆଲୋଚନା କରିପାରିବେ । ଆଜି
ରାତି ୮ ଘଟିକା ସମୟରେ IRC (Internet Relay Chat) ଜରିଆରେ ଆମେମାନେ ଏହି ବୈଠକ ଆଗରୁ
ଓଡ଼ିଆ ପାଇଁ ଏକ ରୂପରେଖ ତିଆରି କରିବାର ଯୋଜନା କରିଛୁ ।
http://webchat.freenode.net/?channels=wikipedia-or ରେ ଭାଗ ନେଇ ନିଜର ଅଭିମତ
ରଖିବା ସହ ଏହି ଆଲୋଚନାରେ ଯୋଗ ଦେବାକୁ ଅନୁରୋଧ ।
--
ସୁଭ