ବନ୍ଧୁଗଣ,
ଓଡ଼ିଆ ଭାଷାରେ ବହି-ପୋଥି-ପୁରାଣ-ପାଣ୍ଡୁଲିପି ଆଦିକୁ ଇଣ୍ଟରନେଟ ମାଧ୍ୟମରେ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ନିମନ୍ତେ ଏକ ନୂତନ ପ୍ରକଳ୍ପ ଉଇକିପାଠାଗାରର ଶୁଭାରମ୍ଭ କରାଯାଇଛି । ଏହା ପାଖାପାଖି ଦୁଇ ବର୍ଷ ଆଗରୁ ଆରମ୍ଭ ହୋଇଥିଲା । ଏହି ସମୟ ମଧ୍ୟରେ ଅଧିକ ସଭ୍ୟଙ୍କ ଯୋଗଦାନ ଓ ଏଥିରେ ଅଧିକ ବହିର ଡିଜିଟାଇଜେସନ କାମ ଚାଲିଥିଲା । ନିକଟରେ ଉଇକିମିଡ଼ିଆ ଲାଙ୍ଗୁଏଜ କମିଟି ଓ ଉଇକିମିଡ଼ିଆ ଫାଉଣ୍ଡେସନର ବୋର୍ଡ଼ର ଅନୁମୋଦନ କ୍ରମେ ଏହାର ଲମ୍ବା ଇନକୁବେସନ ସମୟର ଅନ୍ତ ଘଟିଛି । ଓଡ଼ିଆ ଉଇକିପାଠାଗାର https://or.wikisource.org ରେ ଉପଲବ୍ଧ । ଏଥିରେ ଆଗରୁ ତିଆରି ହୋଇଥିବା ବହିର ଡିଜିଟାଲ ସଂସ୍କରଣମାନ ଧୀରେ ଧୀରେ ଅଣାଯାଉଥିବାରୁ କେତୋଟି ବହି ସମ୍ପୂର୍ଣ୍ଣ ଆସିନାହିଁ । ତେବେ ଆଉ କିଛି ଦିନ ଭିତରେ ଏହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇଯିବ ।
ଉଇକିପାଠାଗାର ଏକ ଅନଲାଇନ ପାଠାଗାର । ଏଥିର ଏଥିରେ ମୁଖ୍ୟତ କପିରାଇଟ ନଥିବା ବହି ଓ ପାଣ୍ଡୁଲିପିକୁ ଟେକ୍ସଟ ରୂପରେ ରଖାଯାଏ । ଟେକ୍ସଟରେ ରଖାଗଲେ ଲେଖାସବୁ ଇଣ୍ଟରନେଟରେ ସର୍ଚ କରିହେବା ସହିତ ପୁନବ୍ୟବହାର୍ୟୋଗ୍ୟ ହୋଇଥାଏ । କପିରାଇଟ ରହିତ ଲେଖା ବାଦ ଏଥିରେ ଜଣେ ଲେଖକ ବା ପ୍ରକାଶକ ନିଜର ପୂର୍ବ-ପ୍ରକାଶିତ ବହିର ଇ-ସଂସ୍କରଣ ଉପଲବ୍ଧ କରାଇପାରିବେ । ତେବେ ଉକ୍ତ ବହିର କପିରାଇଟ Creative Commons Share-Alike ନାମକ ଏକ ବିଶେଷ ଧରଣର ଲାଇସେନ୍ସରେ ଉପଲବ୍ଧ କରାଇବ । ଏହି ଲାଇସେନ୍ସ ବଳରେ ଲେଖାଗୁଡ଼ିକ ପୁନବ୍ୟବହୃତ ହୋଇପାରିବ ଓ ଅଧିକ ପାଠକଙ୍କ ପାଖେ ପହଞ୍ଚିପାରିବ । ତେବେ ପୁନବ୍ୟବହାର ହେଲେ ଲେଖକ/ପ୍ରକାଶକଙ୍କ ନାମ ଉଲ୍ଲେଖ ରହିବ ।
ଆପଣମାନେ ମଧ୍ୟ ଏଥିରେ ଆଗରୁ ସ୍କାନ ହୋଇ ଆମେ ରଖିଥିବା ଅନେକ ବହିକୁ ଟାଇପ କରିବାରେ, ଟାଇପ ହୋଇଥିବା ବହିର ଫଣ୍ଟକୁ ଇଉନିକୋଡ଼ରେ ରୂପାନ୍ତର କରିବାରେ କିମ୍ବା ଟାଇପ ହୋଇଥିବା ଲେଖାରେ ଭ୍ରମ ସଂଶୋଧନରେ ସାହାଯ୍ୟ କରିପାରିବେ । ଏଥିରେ ଭାଗନେବାକୁ ଇଚ୍ଛୁକ ସଭିଏଁ ଆମକୁ odiawiki@gmail.com ରେ ଇମେଲ ଯୋଗେ ଜଣାଇପାରିବେ ବା ଏହି ମେଲର ଉତ୍ତର ଦେଇ ଜଣାଇପାରିବେ ।
ସୁଭ
wikipedia-or@lists.wikimedia.org