ସମୟ: ଆଜି ରାତି ୮ ଘଟିକା ୱେବସାଇଟ: http://webchat.freenode.net/?channels=wikipedia-or
ଆମ ଓଡ଼ିଆ ଉଇକି ସମୂହରୁ ତିନି ଜଣ ଉଇକିଆଳି: ଅଂଶୁମାନ ଗିରି, ମୃତ୍ୟଞ୍ଜୟ କର ଓ ଡା ସୁବାସ ଚନ୍ଦ୍ର ରାଉତ ବେଙ୍ଗାଳୁରୁ ଠାରେ ଅନୁଷ୍ଠିତ ହେବାକୁ ଥିବା "କମ୍ୟୁନିଟି କନସେଲଟନସ" ପାଇଁ ମନୋନୀତ ହୋଇଛନ୍ତି । ଉଇକିଆଳି ତିନିଙ୍କୁ ଆନ୍ତରିକ ଶୁଭେଚ୍ଛା! ଏହି କନସେଲଟସନରେ ଭାରତୀୟ ଭାଷାର ବାକି ଉଇକିଆଳି, ଉଇକିମିଡ଼ିଆ ଇଣ୍ଡିଆ, ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟି ଏବଂ ସର୍ବୋପରି ଉଇକିମିଡ଼ିଆ ଫାଉଣ୍ଡେସନ ଯୋଗଦେଇ ଏହି ଭାଷାମାନଙ୍କର ଆଗାମୀ ପଥ ପାଇଁ ଯୋଜନା ନିର୍ଦ୍ଧାରଣ କରିବେ । ଏହା ଏକ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ଓ ଏଥିରେ ଓଡ଼ିଆ ଉଇକିମିଡ଼ିଆ ପ୍ରକଳ୍ପସମୂହ ବାବଦରେ ଆଗାମୀ ଯୋଜନାର ରୂପରେଖ ସମସ୍ତେ ମିଶି ତିଆରି କରିପାରିଲେ ଏହାର ବିଭିନ୍ନ ଦିଗ ବାବଦରେ ଏ ତିନି ଉଇକିଆଳି ବେଙ୍ଗାଳୁରୁଠାରେ ଆଲୋଚନା କରିପାରିବେ । ଆଜି ରାତି ୮ ଘଟିକା ସମୟରେ IRC (Internet Relay Chat) ଜରିଆରେ ଆମେମାନେ ଏହି ବୈଠକ ଆଗରୁ ଓଡ଼ିଆ ପାଇଁ ଏକ ରୂପରେଖ ତିଆରି କରିବାର ଯୋଜନା କରିଛୁ । http://webchat.freenode.net/?channels=wikipedia-or ରେ ଭାଗ ନେଇ ନିଜର ଅଭିମତ ରଖିବା ସହ ଏହି ଆଲୋଚନାରେ ଯୋଗ ଦେବାକୁ ଅନୁରୋଧ ।
wikipedia-or@lists.wikimedia.org