ସଭିଙ୍କୁ ଓଳଗି,
୨୦୦୨ ମସିହା ଜୁନ ୩ ତାରିଖରେ ଓଡ଼ିଆ ଉଇକିପିଡ଼ିଆର ପ୍ରଥମ ସମ୍ପାଦନା ହୋଇଥିଲା । ଏହି
ଦିନରୁ ଆରମ୍ଭ କରି ଏକ ସପ୍ତାହ ଧରି ଆମେମାନେ ଗଣ-ସମ୍ପାଦନା କରିବାର ଆଲୋଚନା ହୋଇଥିଲା ।
ଏଥିରେ ଓଡ଼ିଶାର ମହାମନିଷୀମାନଙ୍କ ଉପରେ ଥିବା ପ୍ରସଙ୍ଗମାନ ସୁଧାରିବାର ଯୋଜନା ହୋଇଛି ।
କିପରି ଏହି ଗଣ-ସମ୍ପାଦନା କରାଯିବ ତା' ବାବଦରେ ଆଜି ରାତି ୮ ଘଟିକାରେ ଆମେ ମାନେ IRC ରେ
ଆଲୋଚନା କରିବୁ । ସମସ୍ତଙ୍କୁ ଅନୁରୋଧ
#wikipedia<https://www.facebook.com/hashtag/wikipedia?source=feed_text&story_id=722833671093520>-or
ଚ୍ୟାନେଲରେ ଯୋଗଦେବା ନିମନ୍ତେ ।
*ଚାଟରେ ଯୋଗଦେବା ପାଇଁ ଲିଙ୍କ:
http://webchat.freenode.net/?channels=wikipedia-or
<http://webchat.freenode.net/?channels=wikipedia-or>*
ଆଲୋଚନାର ବିଷୟବସ୍ତୁ:
- ଗଣ-ସମ୍ପାଦନା ପାଇଁ ତାଲିକା ତିଆରି (କେତୋଟି ପ୍ରସଙ୍ଗ ବଛାଯିବ ଓ କିଏ ଏହା ତିଆରି
କରିବାର ମୁଖ୍ୟ ଦାୟୀତ୍ୱ ନେବେ)
- ବେଳ ଅନୁକୁଳ ମଣିଲେ ଜୁନ ୩ ତାରିଖରେ ଭୁବନେଶ୍ୱର ଓ ନାଲକୋନଗରରେ ଟୁଙ୍ଗିର ଉଦ୍ଘାଟନ
ଓ ସେହି ଦିନ ଗଣ-ସମ୍ପାଦନା ବାବଦରେ ଆଲୋଚନା
- ଗଣ-ସମ୍ପାଦନା ପାଇଁ ମାସିକ ଲକ୍ଷ୍ୟ (କେତୋଟି ପ୍ରସଙ୍ଗର ମାନ ଉନ୍ନତ ହେବ, କେତେ ଜଣ
ପୁରୁଖା ଓ କେତେ ଜଣ ନୂଆ ଉଇକିଆଳି ଯୋଗଦେବେ)
- ନୂଆମାନଙ୍କ ପାଇଁ ଏକ ସହଜ ଶିକ୍ଷଣ (
https://or.wikipedia.org/wiki/User:Psubhashish/Chatasabha)
<https://or.wikipedia.org/wiki/%E0%AC%AC%E0%AD%8D%E0%AD%9F%E0%AC%AC%E0%AC%B9%E0%AC%BE%E0%AC%B0%E0%AC%95%E0%AC%BE%E0%AC%B0%E0%AD%80:Psubhashish/Chatasabha>
--
ସୁଭ