ଆଦରର ଉଇକିଆଳିଗଣ,
ସମ୍ବଲପୁରର ବୁର୍ଲାଠାରେ ଥିବା "ବୀର ସୁରେନ୍ଦ୍ରସାଏ ବୈଷୟିକ ବିଶ୍ୱବିଦ୍ୟାଳୟ"ରେ ୨୬ ଓ ୨୭
ଜୁଲାଇ ୨୦୧୩ (ଶୁକ୍ରବାର, ଶନିବାର) ଦିନ ଓଡ଼ିଆ ଉଇକିପିଡ଼ିଆର ଏକ କର୍ମଶାଳା ଅନୁଷ୍ଠିତ
ହୋଇଥିଲା ।
--------------------
କର୍ମଶାଳା ବିବରଣୀ
--------------------
ସମ୍ବଲପୁରର ବୁର୍ଲାଠାରେ ଥିବା ‘ବୀର ସୁରେନ୍ଦ୍ରସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ)’ ର
ଗୋଲ୍ଡ଼େନ ଜୁବୁଲୀ ସେମିନାର ହଲ ପରିସରରେ ଓଡ଼ିଆ ଉଇକିପିଡ଼ିଆ ସମ୍ବନ୍ଧରେ ଏକ କର୍ମଶାଳା
ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି
କର୍ମଶାଳାରେ ଭାଗ ନେଇ ଓଡ଼ିଆ ଉଇକିପିଡ଼ିଆ ବ୍ୟବହାର ସଂପର୍କରେ ଜ୍ଞାନ ଅର୍ଜନ କରିଥିଲେ ।
ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ତଥା ସକ୍ରିୟ ଓଡ଼ିଆ ଉଇକିଆଳି ଗୋର୍ବାଚୋଭ ପୋଥାଳଙ୍କ
ତତ୍ୱାବଧାନରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା ଏବଂ ଉପସ୍ଥିତ ସମସ୍ତଙ୍କୁ ଉଇକିପିଡ଼ିଆ
ସଂପର୍କରେ ସବିଶେଷ ବିବରଣୀ ପ୍ରଦାନ କରାଯାଇଥିଲା । ସେ କହିଥିଲେ ଯେ, ଓଡ଼ିଆ ଉଇକିପିଡ଼ିଆ
ଓଡ଼ିଆ ଭାଷାରେ ଇଣ୍ଟରନେଟ୍ରେ ଉପଲବ୍ଧ ଏକ ଖୋଲା ଜ୍ଞାନକୋଷ । ଏହାକୁ ବ୍ୟବହାର କରି ଜଣେ
କିପରି ନିଜର ଗବେଷଣା ଦକ୍ଷତା ବିକାଶ ଓ ମାଗଣା ଜ୍ଞାନର ବିତରଣ କରିପାରିବ, ସେହି ବିଷୟରେ
ଆଲୋଚନା କରିଥିଲେ । ଏହା ବ୍ୟତୀତ ଓଡ଼ିଆ ଉଇକିପିଡ଼ିଆର ଇତିହାସ, ଆଭିମୁଖ୍ୟ,
ଉଇକିପିଡ଼ିଆରେ ବର୍ତ୍ତମାନ ଚାଲୁଥିବା ବିଭିନ୍ନ ପ୍ରକଳ୍ପ ବିଷୟରେ ସବିଶେଷ ଆଲୋଚନା
କରିଥିଲେ ଓ କହିଥିଲେ ଓଡ଼ିଆରୁ ଦୂରେଇ ଯାଉଥିବା ଲୋକଙ୍କୁ ଓଡ଼ିଆମୁଖୀ କରାଇବାର ଏହା
ଅନ୍ୟତମ ପ୍ରଚେଷ୍ଟା । ଶ୍ରୀ ପୋଥାଳ ନିଜର ବକ୍ତବ୍ୟ ଦେଇ ସାରିବା ପରେ ଉଇକିପିଡ଼ିଆ
ସମ୍ବନ୍ଧରେ ଛାତ୍ରଛାତ୍ରୀଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ଏହା ପରେ କର୍ମଶାଳରେ
ସେ ଉଇକିପିଡିଆରେ ନୂତନ ପ୍ରସଙ୍ଗ ଲେଖିବା, ସମ୍ପାଦନା କରିବା, ଆଧାର ଦେବା ଇତ୍ୟାଦିର
ପ୍ରଶିକ୍ଷଣ ଦେଇ ଏକ ଗଣ-ସମ୍ପାଦନା ଆୟୋଜନ କରିଥିଲେ । କର୍ମଶାଳାରେ ବିଶ୍ୱବିଦ୍ୟାଳୟର
ପ୍ରାଧ୍ୟାପକ ଡ. ଅମରନାଥ ନାୟକ, ଡ଼ ବିଭୂତି ଭୂଷଣ ପାଣି, ଡ଼. ଅକ୍ଷୟ କୁମାର ପଟ୍ଟନାୟକ,
ଡ. ଜ୍ୟୋତି ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । କର୍ମଶାଳାର ସଫଳ ପରିଚାଳନା ପାଇଁ
ଛାତ୍ର ପ୍ରତିନିଧି ଅବିନାଶ କୁମାର ପୁହାଣ, ସୁପ୍ରଜ୍ଞାନ ପଟ୍ଟନାୟକ, ସୁଭମ ସାହୁ,
ସୋମ୍ୟଶ୍ରୀ ଋତୁପର୍ଣ୍ଣୋ ସାହୁ, ଅନନ୍ୟା ସୃଷ୍ଟି ଶତପଥୀ ସାହାଯ୍ୟ କରିଥିଲେ ।
--------------------------------
ଗଣମାଧ୍ୟମରେ ପ୍ରକାଶିତ ଖବର
--------------------------------
୧. ଓଡ଼ିଶାନ ଡଟ କମ -
http://odishan.com/?p=7428<http://www.facebook.com/l.php?u=http%3A%2F%2F…
୨. ଦୈନିକ ସମ୍ବାଦ(ସମ୍ବଲପୁର ସଂସ୍କରଣ) -
http://goo.gl/SVvReM<http://www.facebook.com/l.php?u=http%3A%2F%2Fgoo.gl…
-----------------------------------------
ଓଡ଼ିଆ ଇଇକିପିଡ଼ିଆରେ କର୍ମଶାଳା ପୃଷ୍ଠା
-----------------------------------------
http://or.wikipedia.org/s/gqw
ଧନ୍ୟବାଦ ।
--
With Regards:
ଗୋର୍ବାଚୋଭ ପୋଥାଳ
Gorvachove Pothal
CSE, IIT Kharagpur
Community Member, Odia Wikipedia