ପ୍ରିୟ ଶୁଭାଶିଷ ଭାଇ,
ମୁଁ ହୁଏତ ସବୁ ମେଳଣରେ ଯୋଗ ଦେଇନପାରେ, ଏଣୁ ଦୁଃଖିତ । ଶନିବାର, ରବିବାର
ବ୍ୟତୀତ ଅନ୍ୟଦିନ ଅପରାହ୍ନ ରେ ମୁଁ ଯୋଗ ଦେଇପାରିବି । କିନ୍ତୁ କାର୍ମଶାଳା ପାଇଁ
ରବିବାର ହିଁ ଠିକ ସମୟ । ଆସନ୍ତା ଶୁକ୍ରବାର କିମ୍ବା ସୋମବାର ଦିନ ପୂର୍ବରୁ ଆଲୋଚିତ
ପ୍ରସଙ୍ଗ ଗୁଡିକ ଉପରେ ପୁନଃ ଆଲୋଚନା ପାଇଁ ମେଳଣଟିଏ କରାଯାଉ । ଆଉ ରବିବାରରେ
କାର୍ମଶାଳା ଟିଏ କରାଯାଉ । ଅନ୍ୟ ଉଇକିଆଳି ମାନଙ୍କର ମତାମତ ଅପେକ୍ଷାରେ ...
ଧନ୍ୟବାଦ,
ଶିତିକଣ୍ଠ...
On 7/1/13, Subhashish Panigrahi <subhashish(a)cis-india.org> wrote:
ଆଦରର ଉଇକିଆଳିଗଣ,
ବିଗତ ୩-୪ ମାସ ଭିତରେ ଆପଣମାନଙ୍କ ମିଳିତ ସହଯୋଗ ଓଡ଼ିଆ ଉଇକିପିଡ଼ିଆରେ ଅନେକ ନୂଆ
ପ୍ରସଙ୍ଗ ପାଖାପାଖି ୩୭୦୦ ରୁ ୪୧୦୦ ରୁ ଅଧିକ ପହଞ୍ଚିଛି । ଏ ଆମ ସମସ୍ତଙ୍କ ପାଇଁ ଏକ
ସୁଖବର! ଏହି ମିଳିତ ଯୋଗଦାଙ୍କୁ ଚଳାଇରଖିବା ତଥା ଆଗାମୀ ଯୋଜନାସବୁକୁ ଓଡ଼ିଆ
ଉଇକିପରିବାରର କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି । ଆମର ଆଗାମୀ କାମ ପରିସରରେ ବିଭିନ୍ନ
ଉଇକି ମେଳଣ ତଥା କର୍ମଶାଳା ଯାହା ଏହି ମାସ ତଥା ଆସନ୍ତା ମାସମାନଙ୍କରେ ହୋଇପାରିବ ସେ
ବାବଦରେ କିଛି ବିଚାର ଆଲୋଚନା ପାଇଁ ଆମେ ଏହି ମାସ ୩ ରୁ ୧୨ ମଧ୍ୟରେ ଭେଟିବା ପାଇଁ ମୁଁ
ଆପଣମାଙ୍କର ମତାମତ ଲୋଡ଼ୁଛି । ଏହି ସମୟକାଳ ମଧ୍ୟରେ ମୁଁ ଓଡ଼ିଶାରେ ଥିବି । ଏହା ଆମର
ଓଡ଼ିଆ ଉଇକିପିଡ଼ିଆ ବାର୍ଷିକ କାର୍ଯ୍ୟପନ୍ଥା [୧] ବାବଦରେ ହୋଇଥିବା ଆଲୋଚନା-ମେଳଣ ପରେ
ପ୍ରଥମ ମେଳଣ ହେବ । ଜୁଲାଇ ୯-୧୨ ଭିତରେ ଭୁବନେଶ୍ୱରରେ ବିଭିନ୍ନ ସଙ୍ଗଠନ ସହବନ୍ଧନର
ସୁଯୋଗ ସନ୍ଧାନ କରିବାର ଯୋଜନା ମଧ୍ୟ ରହିଛି । ନାଲକୋଙ୍ଗର ଓଡ଼ିଆ ଉଇକିପରିବାରୁ ଆମର
ପୁରାତନ ସଭ୍ୟ ମୃତ୍ୟୁଞ୍ଜୟ କର ମଧ୍ୟ ଉଇକି-କର୍ମଶାଳା ଓ ମେଳଣର ଯୋଜନା କରୁଛନ୍ତି ।
ଭୁବନେଶ୍ୱରରେ ଅବସ୍ଥାପିତ ଓଡ଼ିଆ ଉଇକିଆଳି ତଥା ଇଣ୍ଟରନ୍ୟାସନାଲ ରାଇସ ରିସର୍ଚ
ଅର୍ଗାନାଜେସନର ବୈଜ୍ଞାନିକ ଶ୍ୱେତପଦ୍ମା ଶତପଥୀ ତାଙ୍କ ଅନୁଷ୍ଠାନରେ ଏକ ଓଡ଼ିଆ
ଉଇକି-କର୍ମଶାଳାର ଆଯୋଜନ ପାଇଁ ଯୋଜନା କରୁଛନ୍ତି । ଓଡ଼ିଆ ଉଇକିଆଳି ଦୀପ୍ତିମାନ ଓ
ଗୋର୍ବାଚୋଭ ମଧ୍ୟ ସମ୍ବଲପୁରରେ ଓଡ଼ିଆ ଉଇକି-କର୍ମଶାଳାର ଯୋଜନା କରୁଛନ୍ତି । ଖୋର୍ଦ୍ଧାର
ପ୍ରାଣନାଥ କଲେଜ ଓ ନୟାଗଡ଼ର ସରକାରୀ କଲେଜରୁ ଓଡ଼ିଆ ଉଇକି-କର୍ମଶାଳା ପାଇଁ ଅନୁରୋଧ ମଧ୍ୟ
ଆସିଛି । ଏହି ସମୟ କାଳ (୩-୧୨ ଜୁଲାଇ) ଭିତରେ ମୁଁ ବ୍ୟକ୍ତିଗତ ଭାବେ ଉଇକିଆଳିମାନଙ୍କ ସହ
ଭେଟିବା ସହ ଏହି କାର୍ଯ୍ୟକ୍ରମମାନଙ୍କରେ ଭାଗନେଇପାରିବି । ଆପଣମାନଙ୍କ ମଧ୍ୟରୁ ଯେଉଁମାନେ
ନାନାଦି ମେଳଣ ଓ କର୍ମଶାଳାରେ ଭାଗନେଇପାରିବେ ଦୟାକରି ମେଲ ଯୋଗେ ଜଣାଇବେ । ଅଳ୍ପ କିଛି
ଦିନ ଭିତରେ ଏହି କାର୍ଯ୍ୟକ୍ରମମାନଙ୍କର କାର୍ଯ୍ୟନିର୍ବାହୀ ଉଇକିଆଳିମାନେ ଏହି
ମେଳଣ-କର୍ମଶାଳାର ତାରିଖ ବାବଦରେ ଜଣାଇବେ ।
ଆପଣମାନଙ୍କ ମତାମତ ଓ ସହଯୋଗ କାମନା କରି ।
୧.
http://meta.wikimedia.org/wiki/India_Access_To_Knowledge/Work_plan_April_20…
ସୁଭାସିସ ପାଣିଗାହି
ପ୍ରୋଗ୍ରାମ ଅପିସର, ଆକ୍ସେସ ଟୁ ନଲେଜ
ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟି
ମୋବାଇଲ: +୯୧ ୮୦୫୦୫୧୫୩୩୯
_______________________________________________
Wikipedia-OR mailing list
Wikipedia-OR(a)lists.wikimedia.org
https://lists.wikimedia.org/mailman/listinfo/wikipedia-or