ଆଦରର ଉଇକିଆଳିଗଣ,
ଉଇକିମିଡ଼ିଆ ଫାଉଣ୍ଡେସନରେ ଯୋଗ ଦେଲା ପରେ ପ୍ରଥମ ଥର ମୁଁ ଆପଣ ସଭିଙ୍କ ସଙ୍ଗେ ସୌଜନ୍ୟମୂଳକ ଆଲୋଚନା କରୁଛି ଏହି ଲେଖା ଦେଇ । ଓଡ଼ିଆ ଉଇକିପିଡ଼ିଆ ୨,୨୬୦ ପ୍ରସଙ୍ଗ ଟପିଲା, ୧୦ ମାସର ସଙ୍ଘ ନିର୍ମାଣ (ଏପ୍ରିଲରେ ପ୍ରଥମ ଭୁବନେଶ୍ୱର କର୍ମଶାଳାhttp://or.wikipedia.org/wiki/%E0%AC%89%E0%AC%87%E0%AC%95%E0%AC%BF%E0%AC%AA%E0%AC%BF%E0%AC%A1%E0%AC%BC%E0%AC%BF%E0%AC%86:%E0%AC%AE%E0%AD%87%E0%AC%B3%E0%AC%A3/%E0%AC%AD%E0%AD%81%E0%AC%AC%E0%AC%A8%E0%AD%87%E0%AC%B6%E0%AD%8D%E0%AD%B1%E0%AC%B0/%E0%AC%AD%E0%AD%81%E0%AC%AC%E0%AC%A8%E0%AD%87%E0%AC%B6%E0%AD%8D%E0%AD%B1%E0%AC%B0%E0%AD%A7 ପରଠାରୁ ଏବେ ଯାଏଁ) ଭିତରେ ଆମେ ଅନେକ ନୂଆ ଉଇକିଆଳିଙ୍କୁ ଭେଟିଛୁ ଆଉ ଅନେକ ଉଚ୍ଚ ମାନର ପ୍ରସଙ୍ଗ ଲେଖା ହୋଇଛି । ତେବେ ଏତକ ଦିନ ଭିତରେ ଯାହା ହୋଇପାରିଛି ଓ ହୋଇପାରିନାହିଁ ତାହା ମୁଁ ସଭିଙ୍କ ଚିନ୍ତାର ପରିସର ଭିତରକୁ ଆଣିବାକୁ ଚାହେଁ । ସଫଳତା
- ୧୦ ମାସ ଭିତରେ ୧୫ ଗୋଟି ମେଳଣ ଓ କର୍ମଶାଳାhttp://or.wikipedia.org/wiki/%E0%AC%89%E0%AC%87%E0%AC%95%E0%AC%BF%E0%AC%AA%E0%AC%BF%E0%AC%A1%E0%AC%BC%E0%AC%BF%E0%AC%86:%E0%AC%AE%E0%AD%87%E0%AC%B3%E0%AC%A3 ଯାହା କଟକ, ଭୁବନେଶ୍ୱର, ବେଙ୍ଗାଳୁରୁ, ବାଲେଶ୍ଵର ଓ ଦିଲ୍ଲୀଠାରେ କରାଯାଇଛି, ମୋଟ ଭାଗନେଇଥିବା ଲୋକଥିଲେ ୨୧୫ ଯାହା ଭିତରୁ ପାଖାପାଖି ୧୫୦ ରୁ ଅଧିକ ନୂଆ ଲୋକ ଥିବେ ଯେଉଁମାନେ ପ୍ରଥମ ଥର ପାଇଁ ଓଡ଼ିଆ ଉଇକିପିଡ଼ିଆ ବାବଦରେ ଜାଣିବାକୁ ପାଇଥିବେ । - ମୋଟ ସଚଳ ବ୍ୟବହାରକାରୀଙ୍କ ସଂଖ୍ୟାhttp://or.wikipedia.org/wiki/%E0%AC%AC%E0%AC%BF%E0%AC%B6%E0%AD%87%E0%AC%B7:%E0%AC%B8%E0%AC%9A%E0%AC%B3_%E0%AC%87%E0%AC%89%E0%AC%9C%E0%AC%B0 ଗଣନା ଅନୁସାରେ ୩୮ ହୋଇଥିଲେ ହେଁ ପ୍ରକୃତରେ ଏହା ୧୦-୧୨ ଭିତରେ ପହଁଞ୍ଚିଛି । - ୨,୨୬୦ ଗୋଟି ପ୍ରସଙ୍ଗ ଲିଖନ, ଯାହା ବାସ୍ତବିକ ଏକ ବିରାଟ ସଫଳତା, ଅଧିକାଂଶ ପ୍ରସଙ୍ଗର ମାନ ଧାଡ଼ିକିଆ ଲେଖାରୁ ସାଧାରଣ ପ୍ରସଙ୍ଗ ହୋଇପାରିଛି । - ଓଡ଼ିଆ ଉଇକିପିଡ଼ିଆ ବାବଦରେ ସାଧାରଣରେ କିଛି ପରିମାଣରେ ସଚେତନତା ତିଆରି ।
ଉଇକିଆଳିଙ୍କ ପାଇଁ କେତୋଟି ମୁଖ୍ୟ ଲକ୍ଷ
- ୧୦ ମାସ ଭିତରେ ୧୫ ଗୋଟି ମେଳଣ ଦେଇ ୧୫୦ରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚି କେବଳ ୧୦ ଜଣ ସଚଳ ବ୍ୟବହାରକାରୀ ତିଆରି ଏକ ୬ % ବୃଦ୍ଧି ଯାହା ଖୁବ କମ, ଯାହାର କାରଣ:
- କର୍ମଶାଳା/ମେଳଣରେ ନୂଆମାନଙ୍କୁ ଉଇକିଆଳିଗଣ ଠିକ ଭାବରେ ଉଇକିପିଡ଼ିଆର ମହତ୍ଵ ବୁଝାଇପାରିନାହାନ୍ତି, ଯାହା ଫଳରେ ସେମାନେ ଏଥିରେ ସମ୍ପାଦନା କରୁନାହାନ୍ତି । - କର୍ମଶାଳା ପରେ ସେଥିରେ ଯୋଗଦେଇଥିବା ବ୍ୟକ୍ତିମାନେ ଏଥିରେ ସମ୍ପାଦନା କରୁଛନ୍ତି କି ନାଁ ତାହା ଉପରେ କେହି ଧ୍ୟାନ ଦେଉନାହାନ୍ତି, ତେଣୁ ଏକ କର୍ମଶାଳାରେ ଯୋଗ ଦେଇ ଫେରୁଥିବା ଲୋକେ ଥରେ କିମ୍ବା ଦୁଇଥର ଉଇକିପିଡ଼ିଆ ସମ୍ପାଦନା କଲାପରେ ଯାହା ସବୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହାର ସମାଧାନର ବାଟ ପାଉ ନାହାନ୍ତି । ସେହି କ୍ଷେତ୍ରରେ ସେହି ବ୍ୟବହାରକାରୀମାନେ ଆଉ ଉଇକିପିଡ଼ିଆ ସମ୍ପାଦନାକୁ ଗୁରୁତ୍ଵ ଦେଉନାହାନ୍ତି ।
ପ୍ରଥମଟି ଅପେକ୍ଷା ଦ୍ଵିତୀୟଟି ମୋତେ ବେଶି ଅସୁବିଧାଜନକ ବୋଧହୁଏ, କାରଣ ଅଧିକାଂଶ ବ୍ୟକ୍ତି ତଳଲିଖିତ ପ୍ରଶ୍ନର ଉତ୍ତର ନ ପାଇଲା ଯାଏଁ କେବେ ଉଇକିପିଡ଼ିଆ ସମ୍ପାଦନା କରିବାକୁ ସେତେ ଦରକାର ମଣିବେ ନାହିଁ:
1. ମୁଁ କାହିଁକି ଓଡ଼ିଆ ଉଇକିପିଡ଼ିଆ ସମ୍ପାଦନା କରିବି? 2. ଏହା କଲେ ମୋର କଣ ଲାଭ ହେବ? 3. ଏହା ଓଡ଼ିଆ ଭାଷା ପାଇଁ କେମିତି ଲାଭଦାୟକ ହେବ? 4. ଏକ ଲୋକମାନଙ୍କର କି କି କାମରେ ଆସିବ?
ମୁଁ ତଳେ ଏହି ସବୁ ପ୍ରଶ୍ନ ଯାହା ଯେକୌଣସି ସାଧାରଣ ଲୋକ ମନରେ ଉଙ୍କିମାରିବ ତାହାର ଉତ୍ତର ଦେଉଛି:
*ମୁଁ କାହିଁକି ଓଡ଼ିଆ ଉଇକିପିଡ଼ିଆ ସମ୍ପାଦନା କରିବି?* ଓଡ଼ିଆରେ ବହୁବିଧ ବିଷୟବସ୍ତୁ, ପ୍ରବନ୍ଧ ଆଦି ଲେଖା ହୋଇଥିଲେ ହେଁ ସେସବୁ ହୁଏତ:
- ଏକ ପକ୍ଷପାତର ଶୀକାର ହୋଇଥାଇପାରନ୍ତି, କାରଣ ସାଧାରଣତ ଜଣେ ଲେଖକ ଦେଇ ଲିଖିତ ଲେଖାରେ ସେହି ଲେଖକର ନିଜର ମତ ବାସ୍ତବ ତଥ୍ୟ ସହ ଗୋଳି ହୋଇ ରହିଥାଏ ଯାହା ଫଳରେ ପାଠକ ଜାଣତରେ ବା ଅଜାଣତରେ କିଛି ତଥ୍ୟ ପାଇବାରୁ ବଞ୍ଚିତ ହୋଇଥାଏ ବା କିଛି ଅଦରକାରୀ ତଥ୍ୟ ଆହରଣ କରିଥାଏ, ଉଇକିପିଡ଼ିଆରେ ତଥ୍ୟମାନ ବହୁ-ସମ୍ପାଦକଙ୍କ ଦେଇ ସମ୍ପାଦିତ ହୋଇଥାଏ, ନିରପେକ୍ଷ ବିଚାରକୁ ନେଇ ଲିଖିତ ହୋଇଥାଏ ଓ ବାରମ୍ବାର ବଦଳାଯାଇଥାଏ, ସବୁରି ଉପରେ ଏଥିରେ ମନଗଢ଼ା ଘଟଣାବଳି ବଦଳରେ ଆଗରୁ ପ୍ରକାଶିତ କୌଣସି ଆଧାରରେ ପ୍ରସଙ୍ଗର ସମ୍ପାଦନା କରାଯାଇଥାଏ ଯାହା ତଥ୍ୟର ସଠିକତାକୁ ବହୁଗୁଣିତ କରିଥାଏ । ତେଣୁ ଆପଣ ଏହି ଜ୍ଞାନକୋଷର ସମ୍ପାଦନା କରି ତଥ୍ୟଗତ ଜ୍ଞାନକୁ ଖୋଲାରେ ସଭିଙ୍କ ପାଖରେ ଓଡ଼ିଆରେ ପହଞ୍ଚାଇବାରେ ସହଯୋଗ କରୁଛନ୍ତି ।
*ଏହା କଲେ ମୋର କଣ ଲାଭ ହେବ?*
1. ଆପଣଙ୍କ ଲିଖନ ଶୈଳୀ ଉନ୍ନତ ହେବ, ହୁଏତ ନାନାଦି କାରଣରୁ ଆପଣ ଲେଖିବାକୁ ଚାହୁଁଥିବା/ଆଗ୍ରହୀଥିବା ଅନେକ ପ୍ରସଙ୍ଗ ବାବଦରେ କେବେ ଲେଖିପାରି ନଥିବେ ଯାହା ଉଇକିପିଡ଼ିଆରେ ଆପଣ ଅଧିକ ବିଶଦ ଭାବରେ ଲେଖିପାରିବେ । 2. ଆପଣଙ୍କର ଗବେଷଣା କରିବାର ଅଭିଜ୍ଞତା ବଢ଼ିବ । 3. ଯେହେତୁ ନାନାଦି ଆଧାର ଖୋଜି ଲୋଡ଼ି ଆପଣ ପ୍ରସଙ୍ଗଟିର ସମ୍ପାଦନା କରିବେ, ତାହା ଆପଣଙ୍କର ଲେଖାକୁ ବହୁମୁଖୀ କରିବ ।
*ଏହା ଓଡ଼ିଆ ଭାଷା ପାଇଁ କେମିତି ଲାଭଦାୟକ ହେବ?*, *ଏକ ଲୋକମାନଙ୍କର କି କି କାମରେ ଆସିବ?*
1. ଓଡ଼ିଆ ଭାଷାରେ ଅନେକ ତଥ୍ୟଗତ ପ୍ରସଙ୍ଗ ଏକ ଖୋଲା ଭୂମିରେ ଯାହାକୁ ଜଗତର ଯେକୌଣସି ସ୍ଥାନରେ ଥାଏ ଜଣେ ଖୋଲାରେ ପଢ଼ିପାରିବ, ବିତରଣ କରିପାରିବ ଓ ଲାଭଜନକ/ଅଣଲାଭକାରି (Commercial, non-commercial) କାମରେ ଲଗାଇପାରିବ । 2. ଅନେକ ଉପଯୋଗି ବିଷୟବସ୍ତୁର ଓଡ଼ିଆରେ ନଥିକରଣ (Documentation) ହୋଇପାରିବ । 3. ଓଡ଼ିଆରେ ଅଧିକ ତଥ୍ୟ ଇଣ୍ଟରନେଟରେ ଉପଲବ୍ଧ ହେଲେ ଗୁଗଲ, ଫେସବୁକ ଓ ଅନେକ ସାଇଟରେ ଓଡ଼ିଆ ଭାଷା ସଚଳ ହୋଇପାରିବ ଯାହା ଆମ ପାଇଁ ତଥା ଆମ ପର ପିଢ଼ି ପାଇଁ କାମରେ ଆସିବ । 4. ଭାଷା ଠାରୁ ଦୂରେଇଯାଉଥିବା ଅନେକ ଲୋକ ଓଡ଼ିଆରେ ଇଣ୍ଟରନେଟରେ ଏହାର ବ୍ୟବହାର ସମ୍ବନ୍ଧରେ ଅବଗତ ହୋଇ ପୁଣିଥରେ ଭାଷାର ବିକାଶରେ ସହଯୋଗ କରିବେ । 5. ବିଦେଶରେ ଥିବା ଅନେକ ଓଡ଼ିଆ, ଓଡ଼ିଆ ଭାଷାରେ ଅନେକ ତଥ୍ୟ ସମ୍ବନ୍ଧରେ ପଢ଼ିପାରିବେ, ଉଇକିପିଡ଼ିଆର ସହଯୋଗୀ ପ୍ରକଳ୍ପ ଉଇକିଅଭିଧାନhttp://or.wiktionary.org/wiki/Main_Page, ଉଇକିପାଠାଗାର (WikiSource), ଉଇକିକଥା (WikiQuote) ଆଦି ମଧ୍ୟ ଓଡ଼ିଆ ଭାଷା ଓ ଚଳଣିର ଭଣ୍ଡାର ହୋଇ ପ୍ରବାସୀ ଓଡ଼ିଆଙ୍କୁ ସାହାଯ୍ୟ କରିବ ।
- ଉଇକିପିଡ଼ିଆ ଭିତରେ ସବୁ ଉଇକିଆଳି କିଛି ଗଠନମୂଳକ ପ୍ରକଳ୍ପରେ ଏକାଠି ଭାଗ ନେଉନାହାନ୍ତି ଯାହା ସେମାନଙ୍କୁ ବାନ୍ଧି ରଖିବାରେ ସହଯୋଗ କରିବ । - ସଭିଏଁ କେବଳ ଏକା ଏକା ନିଜେ ପ୍ରସଙ୍ଗ ସମ୍ପାଦନା କରୁଛନ୍ତି, କିନ୍ତୁ ଆଲୋଚନା ସଭାରେ ଆଲୋଚନା କିଛି ହେଉନାହିଁ ତେଣୁ ସଭିଏଁ ନିଜ ନିଜ କାମ ସମ୍ବନ୍ଧରେ ଆଲୋଚନା କରୁନାହାନ୍ତି ବା ଅସୁବିଧା ଗୁଡ଼ିକ ଲୋକଲୋଚନକୁ ଆଣୁନାହାନ୍ତି । - ନୂଆ ଉଇକିଆଳିଙ୍କୁ ସଙ୍ଘକୁ ପାଛୋଟା କେବଳ ଏକ ଛାଞ୍ଚ ବା ଟେମ୍ପଲେଟର ବ୍ୟବହାର କରି ନୁହେଁ, ସେ ପ୍ରଥମ କରି କରିଥିବା ସମ୍ପାଦନାରେ କରୁଥିବା ଭୁଲ ଭଟକା ସମ୍ବନ୍ଧରେ ତାଙ୍କୁ କେହି ଅବଗତ କରୁନାହାନ୍ତି, ତେଣୁ ଅଳ୍ପ କେତୋଟି ସମ୍ପାଦନା ପରେ ସେ ହୁଏତ ଅଧିକ କାମ କରିବାର ମନୋବଳ ହରାଇବେ, ନୂଆ ଉଇକିଆଳିଙ୍କୁ ତାଙ୍କ କାମ ପାଇଁ ପ୍ରଶଂସା କରି କେହି ତାଙ୍କ *ଆଲୋଚନା* ପୃଷ୍ଠାରେ ଲେଖୁନାହାନ୍ତି । - ଉଇକିପିଡ଼ିଆ ବାବଦରେ ଆଲୋଚନା ଉଇକିପିଡ଼ିଆର "ଆଲୋଚନା" ପୃଷ୍ଠାରେ ନହୋଇ ଅଧିକ ଭାଗ ଫେସବୁକରେ ବା ଚାଟରେ ହେଉଛି ଯାହା ଆଲୋଚନାସବୁକୁ ଚିରକାଳ ଭବିଷ୍ୟତରେ ପୁନା-ଆଲୋଚନାର ଦୁଆରକୁ ବନ୍ଦ କରିଦେଉଛି, କିନ୍ତୁ ଉଇକିପିଡ଼ିଆ ଭିତରେ ଆଲୋଚନା କଲେ ତାହା ଚିରକାଳ ସାଇତା ହୋଇ ରହିପାରନ୍ତା!
ସୁଧୀଜନେ, ଦୟାକରି ଏହା ବାବଦରେ ଆପଣଙ୍କ ମତ, ଅଭିମତ ତଳେ ଥିବା ଧାଡ଼ିରେ ଦିଅନ୍ତୁ ଯାହାକୁ ନେଇ ଆମେ କିଛି ନୂଆ ପ୍ରକଳ୍ପ ଆଗକୁ ଆରମ୍ଭ କରିବା, କେତୋଟି ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ମୁଁ ଆପଣମାନଙ୍କ ଠାରୁ ଶୁଣିବାକୁ ଚାହେଁ:
- ଆପଣ କାହିଁକି ନୂଆ ଲୋକମାନଙ୍କ ପାଖରେ ପହଞ୍ଚିପାରୁ ନାହାନ୍ତି? - କାହିଁକି ଏତେ ଅଧିକ କର୍ମଶାଳା ହେଲା ପରେ ବି ଅଧିକ ସମ୍ପାଦନା କରୁଥିବା ବ୍ୟବହାରକାରୀଙ୍କ ସଂଖ୍ୟା ବିଗତ କେତେ ମାସ ଧରି ସେହି ୧୦-୧୨ ଭିତରେ ଅଟକି ରହିଛି? - ଆପଣ ନୂଆ ଲୋକଙ୍କୁ ଉଇକିପିଡ଼ିଆ ବାବଦରେ ଜଣାଇଲା ବେଳେ କି କି ଅସୁବିଧାର ସମ୍ମୁଖୀନ ହେଉଛନ୍ତି? - ଉଇକିପିଡ଼ିଆ ସମ୍ପାଦନା କରୁଥିବା ପାଖାପାଖି ସବୁଯାକ ବ୍ୟବହାରକାରୀ ୨୦-୩୫ ଭିତରେ ଯାହା ଫଳରେ ଏହା ଏକ ଖୋଲା ମେଲା ଯୁବକ ସଙ୍ଘ ଭଳି ବାହାର ଲୋକଙ୍କୁ ବୋଧ ହୋଇପାରେ, ବୟସ୍କ ଲୋକମାନଙ୍କୁ ଏଥି ଭିତରକୁ ଆଣିବାରେ ଉଇକିଆଳି ମାନେ କାହିଁକି ସଫଳ ହେଉନାହାନ୍ତି ।
ଦୟାକରି http://or.wikipedia.org/wiki/WP:VP କୁ ଯାଇ ନିଜର ମତ ଦିଅନ୍ତୁ ।
ନିବେଦନର ସହ ସୁଭ
ପ୍ରିୟ ଶୁଭଭାଇ,
ଆପଣ ଦର୍ଶାଇଥିବା ତଥ୍ୟଗୁଡିକ ସତ । ପ୍ରଥମ ଏବଂ ଏକ ମୁଖ୍ୟ କାରଣ ହେଉଛି ଲୋକମାନଙ୍କ ଇଚ୍ଛା । ଯେଉଁମାନେ ବର୍ତମାନର ଆକ୍ଟିଭ ଉଇକିଆଳି ଅଛନ୍ତି ସେମାନଙ୍କ ଛାଡିଦେଲେ ପ୍ରାୟ ବହୁତ କମ ଲୋକଙ୍କର ଏହିପରି ଏକ ଖୋଲା ଜ୍ଞାନ କୋଷରେ ଲେଖିବା ପାଇଁ ଇଚ୍ଛା ଅଛି । ଏଠାରେ ଲେଖିଥିବା କମ ର ଅର୍ଥ ବହୁତ କମ । କାରଣ ଓଡିଆ ଲୋକମାନକର(ଜାଣିଥିବା) କମ୍ପୁଟର ଓ ଇନ୍ଟାରନେଟ ବ୍ୟବହାର ବହୁତ କମ । ସାଧାରଣତଃ ଯୁବଗୋଷ୍ଠୀମାନେ ବହୁଳ ଭାବରେ ବ୍ୟବହାର କରୁଛନ୍ତି । ଯେଉମାନେ ଆମୋଦପ୍ରମୋଦ ବ୍ୟତୀତ ଏହି ପରି ଏକ ଜ୍ଞାନକୋଷରେ ଲେଖିବାକୁ ଠିକ ମନେ କରନ୍ତି ନ।ହିଁ କିମ୍ବା ବୋର ଭାବନ୍ତି । ଆଉ ବୟସ୍କ ଲୋକେ (ଜାଣିଥିବା) ସଂଖ୍ୟା ବହୁତ କମ । ତା ଛଡା ଅନ୍ୟ ଏକ ଗୁରୁତ୍ଵପୂର୍ଣ କଥା ହେଉଛି ଏହା ଏକ ଅଣଲାଭକାରୀ ସଂସ୍ଥା, ସେଥିପାଇଁ ମଧ୍ୟ ପ୍ରାୟ ଜାଣିଥିବା ଲୋକେ ଏଠି ଲେଖୁ ନାହାନ୍ତି ।
ଆପଣ ପଚାରିଥିବା ପ୍ରଶ୍ନ ଗୁଡିକର ଉତ୍ତର (ମୋ ମତରେ) ୧- ଆମେ ଯାହାବି ପହଞ୍ଚିଛୁ ମୁଖ୍ୟତ ଅନଲାଇନ ପହଞ୍ଚି ପରିଛୁ ହେଲେ ମୁହାମୁହି ପ୍ରଚାର ପ୍ରାୟତଃ ନାହି ।ଆଉ ଜିଏବି ନୂଆ ଲୋକ ଏଥିରେ ଇଚ୍ଛା ଦେଖାଉଛନ୍ତି ତାଙ୍କୁ ମାର୍ଗଦର୍ଶକର ଅଭାବ ରହୁଛି । ନୂଆ ଲୋକମାନେ ସାଧାରଣତ ଇଚ୍ଛା ଦେଖାଉଛନ୍ତି କିନ୍ତୁ ଏଠାକୁ ଆସି ଓଡିଆରେ ଲେଖିବାରେ ସେମାନଙ୍କର ଇଚ୍ଛା ପ୍ରାୟତଃ କମି ଯାଉଛି। ହଁ ମୁ କହିଦିଏଯେ ଆମେ ନୂଆ ଲୋକମାନଙ୍କ ପାଖରେ ପହଞ୍ଚୁଛୁ ହେଲେ ତାଙ୍କୁ ଆଣି ଏଠାରେ ଲେଖାଇବାରେ ସଫଳ ହୋଇପାରୁନୁ କାରଣ ସେମାନେ ଖାଲି ଏହା ଦେଖି ଖୁସି ହଉଛନ୍ତି ଯେ ଯାହା ହଉ କଣ ଗୋଟେ ଭଲ ଲେଖା ହଉଛି। ହେଲେ ସେମାନଙ୍କ ପାଖରେ ଆତ୍ମବିଶ୍ଵାସରେ ଅଭାବ ରହୁଛି ଯେ ସେମାନେ ମଧ୍ୟ ଲେଖିପାରିବେ ଯାହାକି ଅନ୍ୟମାନେ ପଢିପାରିବେ ଓ ସେଇଟା ବି ସୁନ୍ଦର ହେବ ।
୨-କର୍ମଶାଳାଗୁଡିକ ହଉଛି ସତ କିନ୍ତୁ ପ୍ରାୟ କର୍ମଶାଳାରେ ଭାଗ ନଉଥିବା ସଭ୍ୟ(ଶିଖିବାକୁ ଆସୁଥିବା) ମାନେ ଏଥିରେ ଇଚ୍ଛା ଦେଖାଉନାହାନ୍ତି । କିମ୍ବା କର୍ମଶାଳା ଉପଯୁକ୍ତ ବା ଲେଖିପାରିବା ଭଳି ଲୋକମାନଙ୍କୁ ନେଇ ହଉନାହି ।
୩-ଲେଖିଲାବେଳେ କିପରି ଲେଖା ହେବ ସେମାନେ ଜାଣିପାରୁନାହାନ୍ତି ଏବଂ ଏହା ବି ଜାଣି ପାରୁନାହାନ୍ତି ଯେ କାହାକୁ ଯୋଗାଯୋଗ କରିବେ ଏବଂ କିପରି ସାଙ୍ଗେସାଙ୍ଗେ ନିଜ ପ୍ରଶ୍ନର ଉତ୍ତର ପାଇବେ । କାରଣ ଉଇକିପେଡିଆ ମୁଖ୍ୟପୃଷ୍ଠାରେ ସେପରି କିଛି ନାହିଁ ଯେଉଠି ସାଙ୍ଗେ ନିଜ ପ୍ରଶ୍ନର ଉତ୍ତର ପାଇ ପାରିବେ(ନିଜ ଅଭିଜ୍ଞତା ଏକ ବନ୍ଧୁଙ୍କ ଠାରୁ) । ଏହାଛଡା ଟେକନିକାଲ ଶବ୍ଦଗୁଡିକର ଅନୁବାଦ ଏବଂ ଅତି ଶୁଦ୍ଧ ଓଡିଆ ମଧ୍ୟ ବୁଝିବାରେ ଅସୁବିଧା ହେଉଛି ।
୪- ଏହି ପ୍ରଶ୍ନର ଉତ୍ତରଟି ଜଣାଶୁଣା କାରଣ ବୟସ୍କ ବ୍ୟକ୍ତି ଯିଏକି କମ୍ପୁଟର ବ୍ୟବହାର କରୁଥିବେ ସେମାନଙ୍କ ସଂଖ୍ୟା କମ । ଆଉ ମୁ ଯେତେ ଜଣ ବୟସ୍କ ଲୋକଙ୍କ ସହ ଯୋଗାଯୋଗ କରିଛି ସେମାନଙ୍କ ଅସରନ୍ତି ପ୍ରଶ୍ନର ଉତ୍ତର ଦେଇ ସାରିଲାପରେ ସେମାନକ ଠାରୁ "ହଉ ଦେଖିବା" ଶୁଣି ସାରିଲାପରେ ମନରେ ଥିବା ଉଶ୍ଚ୍ହାହ ଏକାଥରେ ମରି ଯାଉଛି ।
କିଛି ଭୁଲଭାଲ ଲେଖାଥିଲେ କ୍ଷମାକରିବେ । ନିଜ ମତାମତ ଦେଇଛି କିଛି ଇଂରାଜୀ ଶବ୍ଦ ବ୍ୟବହାର କରିଛି ସେଥିପାଇଁ ମଧ୍ୟ କ୍ଷମା କରିବେ । ଆଶା କରୁଛି ଆମେ ସମସ୍ତେ ମିଶି ଓଡିଆ ଉଇକିପେଡିଆକୁ ଏହାର ସର୍ବୋଚ ସ୍ଥାନରେ ପହଞ୍ଚାଇପାରିବା ଏଥିପାଇଁ ସମସ୍ତଙ୍କର ସହଯୋଗ ଓ ସହାନୁଭୁତି ଲୋଡା।
Thanks & Regards, *Jnanaranjan Sahu* *Bhubaneswar*
ଯା ହେଉ, ଏତେ ବେଳକେ କିଛି ଭଲ ଆଲୋଚନା ଚାଲିଲା ଆଲୋଚନା ସଭାରେ, ମୁଁ ଆହୁରି ଅଧିକ ଜଣଙ୍କ ସଭିଙ୍କଠାରୁ ଶୁଣିବାକୁ ଚାହୁଁଛି, ସଭା ଶେଷରେ ଏ ସବୁ ଅସୁବିଧାକୁ ଆମେ କିପରି ସାଥି ହୋଇ ଏଡାଇବା ସେ ବାବଦରେ ଲେଖିବି
2012/2/18 Gyan gyana111@gmail.com

Wikipedia-OR mailing list Wikipedia-OR@lists.wikimedia.org https://lists.wikimedia.org/mailman/listinfo/wikipedia-or
*ସୁ ଭ *
ଜ୍ଞାନ ଭାଇ ସହିତ ଏକ ମତ
wikipedia-or@lists.wikimedia.org