dear swetapadma, thanks for ur interest in wikipedia(odia).odia an ancient &rich language but the people are poor in language & literature. if youth like will come forward to know the lang. & lit. & work as
Prof. N. Satapathy Rtd. HOD ORIYA Ravenshaw University, ORISSA C1167, Sector - 6, CDA Markat Nagar, Cuttack - 753014 Phone 09937168660 (M) / 06712604822 (R)
--- On Sat, 10/6/12, swetapadma d. satpathy swetapadma07@gmail.com wrote:
From: swetapadma d. satpathy swetapadma07@gmail.com Subject: Re: [Wikipedia-OR] [Wikimedia-in-hyd] Odia Wikipedia meet up- Hyderabad Chapter To: wikipedia-or@lists.wikimedia.org Date: Saturday, October 6, 2012, 7:32 AM
ନମସ୍କାର, ମୁଁ ଶ୍ଵେତପଦ୍ମା ଶତପଥୀ ହାଇଦ୍ରାବାଦରେ ଆନ୍ଧ୍ର ପ୍ରଦେଶ ର ଗ୍ରାମ୍ୟ ଉନ୍ନୟନ ବିଭାଗ ରେ ଗତ ଦେଢ଼ ବର୍ଷ ହେଲା କାର୍ଯ୍ୟରତ । ଉଇକିପିଡ଼ିଆ ବିଷୟରେ ମୁଁ ଆଗରୁ ଜାଣିଥିଲେ ମଧ୍ୟ ସମୟ ଅଭାବ ରୁ କେବେ ଲେଖା ଲେଖି ପ୍ରତି ଧ୍ୟାନ ଦେଇ ପାରି ନଥିଲି । କିନ୍ତୁ ଏକ ସୋସିଆଲ ନେଟୱର୍କ ଜରିଆରେ ଶୁଭାଶିଷ ପଣିଗ୍ରାହୀ ଙ୍କ ସହ ମିଶିଲା ପରେ ମୁଁ ଉଇକିପିଡ଼ିଆ ରେ ଲେଖିବାକୁ ଆଗ୍ରହୀ ହେଇଥିଲି । ହାଇଦ୍ରାବାଦ ରେ ରହୁଥିବା ଓଡ଼ିଆ ଙ୍କ ମଧ୍ୟ ରେ ଥିବା
ସୁସମ୍ପର୍କ କୁ ଦେଖି ଶୁଭାଶିସ ଆମକୁ ଓଡ଼ିଆ ଉଇକିପିଡ଼ିଆ କର୍ମଶାଳା ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ । ମୋର ଜଣେ ପୁରୁଣା ବନ୍ଧୁ ତଥା ଉଇକିଆଳି ଅମରେଶ ଚନ୍ଦ୍ର ଦାସ ଏଥି ପାଇଁ ସାହାଯ୍ୟ କରିଥିଲେ । ସେପ୍ଟେମ୍ବର ୨୯ ତାରିଖ ରେ ଆମେ ମାନେ ଏହି କାର୍ମଶାଳା କରିବୁ ବୋଲି ନିଷ୍ପତି ନେଲୁ ଏବଂ ତଦନୁସାରେ ସମସ୍ତଙ୍କୁ ଜଣାଇଲୁ ମଧ୍ୟ
କିନ୍ତୁ ସେହି ତାରିଖ ରେ ଶ୍ରୀ ଗଣେଶ ବିସର୍ଜନ ପାଇଁ ସବୁ ରାସ୍ତା ବନ୍ଦ ରହିବା ବୋଲି ଆମେ ମାନେ ଜାଣିବାକୁ ପାଇଲା ପରେ ଆମ ମନ ମଉଳିଗଲା । ହେଲେ ବିଘ୍ନ ନାଶନ ଆମ କର୍ମଶାଳା ପାଇଁ କୌଣସି ବିଘ୍ନ ଘଟାଇଲେ ନାହିଁ । ବରଂ ଏଥିରେ ୧୧ ଜଣ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ । ଆମ ର ଏହି କର୍ମଶାଳା ୪.୩୦ ରୁ ଆରମ୍ଭ ହୋଇ ୭.୦୦ ପର୍ଯ୍ୟନ୍ତ ଚାଲିଥିଲା । ପରିଚୟ ର ଆଦାନ ପ୍ରଦାନ ପରେ ଆମେ ମାନେ ଏକ ପ୍ରଶ୍ନ ରୁ ଆରମ୍ଭ କରିଥିଲୁ, ଯଥା ଏହି କର୍ମଶାଳା ର ମୂଳ ଲକ୍ଷ୍ୟ କଣ? ଏହାକୁ ବୁଝେଇବା ପାଇଁ ଆମେମାନେ ଉଇକିପିଡ଼ିଆ ର କାର୍ଯ୍ୟ ପ୍ରଣାଳୀ ର ଏକ ସଂକ୍ଷିପ୍ତ ବିବରଣୀ ପ୍ରସ୍ତୁତ କରିଥିଲୁ । କର୍ମଶାଳା ରେ ଯୋଗ ଦେଇଥିବା ଲୋକ ମାନେ କିପରି ସ୍ଵତଃ ପ୍ରବୃତ୍ତ ଭାବରେ ଉଇକିପିଡ଼ିଆ ରେ ଲେଖା ଲେଖି କରି ପାରିବେ ସେଥିପାଇଁ
ସେମାନଙ୍କ ମନକୁ ଆସୁଥିବା ପ୍ରଶ୍ନ ପଚାରିବ ପାଇଁ ଆମେ ମାନେ କହିଲୁ ।
ପ୍ରାୟତଃ ମୋ ପରି ବହୁତ ଲୋକ ଏହି ଧାରଣ ରେ ଥିଲେ ଯେ ଆମ ପ୍ରସଙ୍ଗ କୁ ଅନୁମୋଦନ କରିବା ପାଇଁ ଉଇକିପିଡ଼ିଆ ରେ କେହି ସଞ୍ଚାଳକ ଅଛନ୍ତି କି? ଏହାକୁ ସମ୍ପାଦନା କରିବା ପାଇଁ କିଛି କଟକଣା ଅଛି କି? ଉ:ଉଇକିପିଡ଼ିଆ ଯେହେତୁ ଏକ ଖୋଲା ଜ୍ଞାନ କୋଷ, ତେଣୁ ଏଥିରେ ଲେଖା ଲେଖି ବା ସମ୍ପାଦନା ରେ କୌଣସି କଟକଣା ନାଇ । କିନ୍ତୁ ଲେଖା ଗୁଡିକ ନିରପେକ୍ଷ ଓ ଏହାର ଆଧାର କ୍ରମ ରହିବା ଆବଶ୍ୟକ । ପ୍ର: କୌଣସି ପ୍ରସଙ୍ଗ ଯଦି କେହି ଜାଣିଶୁଣି ଭୁଲ ଲେଖେ ତା ହେଲେ ତାର ସଂଶୋଧନ କିପରି କରା ଯାଇ ପାରିବ? ଉ: ଏହାକୁ ଠିକ କରିବା ପାଇଁ ଉଇକିଆଳି ଅଛନ୍ତି । ଆମେମାନେ ମଧ୍ୟ ଏହାକୁ ସଂଶୋଧନ କରି ପାରିବା । ପ୍ର: ଉଇକିପିଡ଼ିଆ ରେ ଲେଖିବା ଦ୍ଵାରା ମୋର କଣ ଲାଭ ହେବ? ଉ: ଉଇକିପିଡ଼ିଆ ରେ ଲେଖିଲେ ଆମେ ଆମ ନିଜ ରା ଜ୍ଞାନ ମଧ୍ୟ ବୃଦ୍ଧି କରି ପାରିବା, ଯେଉଁ ବିଷୟ ରେ ଆମେ ଆଂଶିକ ଭାବେ ଜାଣିଛେ , ଲେଖା ଲେଖି କରିବା ଦ୍ଵାରା ବିଭିନ୍ନ ଆଧାର ଜରିଆ ରେ ଆମେ ତା ବିଷୟ ରେ ଅଧିକ ଜାଣି ପାରିବା ।
ଏହି ସବୁ ପ୍ରଶ୍ନୋତ୍ତର ପରେ, ଜଣେ ଅଂଶଗ୍ରହଣକାରୀ ଙ୍କର ଇଉଜର ଆକାଉଣ୍ଟ ଖୋଲା ଯାଇ ତାଙ୍କୁ ଗୋଟିଏ ନୂଆ ପ୍ରସଙ୍ଗ ଲେଖିବା ପାଇଁ କୁହାଗଲା । ତା ପରେ ଜଣ ଜଣ କରି ୬ ଜଣ ଙ୍କର ଆକାଉଣ୍ଟ ଖୋଲାଯାଇଥିଲା । ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଲା ଯେ, ସମସ୍ତେ ପ୍ରଥମେ ନିଜ ଗାଁ ବିଷୟ ରେ ଲେଖିବାକୁ ଚାହୁଁ ଥିଲେ । କିଏ କହୁଛି ଯେ ଆମେ ଓଡିଶା ବାହାରେ ରହି ଓଡିଶା କୁ ଭୁଲି ଯାଇଛୁ ବୋଲି, ଓଡିଶା ତ ସବୁ ବେଳେ ଆମ ଆତ୍ମା ରେ ଅଛି ।
ଏହା ପରେ ଏହି ନୂଆ ଉଇକିଆଳି ମାନେ କିପରି ଭାବେ ଗୋଟିଏ ପ୍ରସଙ୍ଗ କୁ ସମ୍ପାଦନା କରି ପାରିବେ, ତାହା ଦେଖାଇବା ପାଇଁ ଆମେ ଏକ ପ୍ରସଙ୍ଗ ବାଛିଲୁ ଯେଉଁଥିରେ ଆଂଶିକ ଭୁଲ ଥିଲା । ଏହାକୁ କିପରି ସୁଧାରି ହେବ ସେ ବାବଦ ରେ କହି ସାରିଲା ପରେ , ଚାଟ ସଭା ଜରିଆ ରେ କିପରି ସେମାନେ ସେମାନଙ୍କର ପ୍ରଶ୍ନ ଗୁଡିକ ପଚାରିପାରିବେ , ତାହା ଏକ ଛୋଟ ଉଦାହରଣ ଦ୍ଵାରା ଦେଖାଇଲୁ ।http://or.wikipedia.org/s/3h), । ଏହି ସଭା ରା ସବୁ ଠାରୁ ମହତ୍ତ୍ୱପୂର୍ଣ ଅଂଶ ଥିଲେ ଏଥିରେ ଭାଗ ନେଇଥିବା ସମସ୍ତ ଅଂଶ ଗ୍ରହଣକାରୀ । ତେଣୁ ସେମାନଙ୍କୁ ନେଟୱର୍କିଂ ଜରିଆ ରେ ଆମ ସହିତ ଓ ଓଡ଼ିଆ ଉଇକିପିଡ଼ିଆ ଗ୍ରୁପ ସହିତ ସମ୍ପର୍କ ରଖିବାକୁ ଇମେଲ ର ଆଦାନ ପ୍ରଦାନ ମଧ୍ୟ ହେଲା । ହାଇଦ୍ରାବାଦ ରେ ଏହି କର୍ମଶାଳା ପ୍ରଥମ ଥର ପାଇଁ ଆୟୋଜନ ହୋଇଥିଲେ ମଧ୍ୟ ସଫଳତା ର ସହ ଶେଷ ହୋଇ ପାରିଲା । ଏଥିପାଇଁ ଉଇକିଆଳି ଶୁଭଶିଷ ପାଣିଗ୍ରାହୀ ଙ୍କୁ ତାଙ୍କ ସାହାଯ୍ୟ, ସହଯୋଗ ପାଇଁ ଅନେକ ଧନ୍ୟବାଦ । ଆଶା କରୁଛୁ ଆଗକୁ ଆମେ ଏହାକୁ ଆହୁରି ବଡ ଓ ଭଲ ଭାବେ ଆୟୋଜନ କରି ଓଡ଼ିଆ ଭାଷା ର ସମୃଦ୍ଧି ରେ ନିଜ କୁ ସାମିଲ କରି ପାରିବୁ ।
ଶୁଭେଚ୍ଛା ସହ , ଶ୍ଵେତପଦ୍ମା ଶତପଥୀ
ଆଧାର ୧ . http://commons.wikimedia.org/wiki/File:Outreach_Document_or.pdf ୨. http://or.wikipedia.org/s/3h ୩. https://www.facebook.com/groups/OdiaWiki -----Inline Attachment Follows-----
Wikipedia-OR mailing list Wikipedia-OR@lists.wikimedia.org https://lists.wikimedia.org/mailman/listinfo/wikipedia-or
wikipedia-or@lists.wikimedia.org