ଆଦରର ଉଇକିଆଳିଗଣ,
ଏହି ମାସ ୮-୧୧ ତାରିଖରେ ହଂକଂ ଠାରେ ଅନୁଷ୍ଠିତ ହୋଇଥିବା ଉଇକିମାନିଆରେ (http://wikimania2013.wikimedia.org/wiki/Main_page) ଭାଗ ନେବାର ସୁଯୋଗ ମୋତେ ମିଳିଥିଲା । ଏହି ସମୟରେ ଉଇକିମିଡ଼ିଆ ଫାଉଣ୍ଡେସନର ଲାଙ୍ଗୁଏଜ ଇଞ୍ଜିନିଅରିଂ ଦଳର ସନ୍ତୋଷ ତୋଟିଙ୍ଗାଲ (http://wikimediafoundation.org/wiki/User:Sthottingal) ଓ ଅମିର ଆହାରୋନିଙ୍କ (http://wikimediafoundation.org/wiki/User:Aaharoni) ସହ ଭେଟି ମୁଁ ଓଡ଼ିଆ ଉଇକିପିଡ଼ିଆରେ ଥିବା ଦୁଇଟି ଅସୁବିଧା ବାବଦରେ ଆଲୋଚନା କରିଥିଲି । ଆଗରୁ Universal Language Selector (ULS)ରେ "Transliteration (ଟ୍ରାନ୍ସଲିଟରେସନ)"ର ବନାନ ଠିକ ଭାବେ ଆସୁନଥିଲା । ଏହାଛଡ଼ା "ଲେଖନୀ" ଟାଇପିଂ ଲେ-ଆଉଟରେ ବାମ ବର୍ଗବନ୍ଧନୀ ଆସୁନଥିଲା । ଏହି ଦୁଇଟି ଅସୁବିଧା ଏବେ ସୁଧରିଯାଇଛି ।
ଅନେକ ବ୍ୟବହାରକାରୀ ଓଡ଼ିଶାରେ ବହୁ ପ୍ରଚଳିତ "ଆକୃତି" (or.wikipedia.org/wiki/File:Akruti_Engine-Shree_lipi.PNG) ଟାଇପିଙ୍ଗ ଟୁଲକୁ ଓଡ଼ିଆ ଉଇକିପିଡ଼ିଆରେ ରଖିବା ବାବଦରେ ଅନୁରୋଧ କରିଆସୁଛନ୍ତି । ଯେହେତୁ ଆକୃତି ଏକ କପିରାଇଟ ଥିବା ଲେ-ଆଉଟ ଆମେ କପିରାଇଟର ଅସୁବିଧା ହେତୁ ତାହାକୁ ଅବିକଳ ଭାବେ ଉଇକିପିଡ଼ିଆରେ ସ୍ଥାନୀତ କରି ପାରିବା ନାହିଁ । କିନ୍ତୁ ଆକୃତିର ପାଖାପାଖି ଲେ-ଆଉଟ ଟିଏ ଆମେ ଆକୃତି ସହ ପରିଚିତ ଥିବା ନୂଆ ଉଇକିଆଳିଙ୍କ ସୁବିଧା ପାଇଁ ଆରମ୍ଭ କରିପାରିବା । ଏ ବାବଦରେ ମୁଁ ଏକ ଆଲୋଚନା ଓଡ଼ିଆ ଉଇକିପିଡ଼ିଆର ଆଲୋଚନା ସଭାରେ (http://goo.gl/ptYCq0) ଆରମ୍ଭ କରିଛି, ଦୟାକରି ସେଠାରେ ନିଜର ମତପ୍ରଦାନ କରନ୍ତୁ ।
ସୁଭାସିସ ପାଣିଗାହି
wikipedia-or@lists.wikimedia.org