*ଓଡିଆ ଉଇକିପିଡିଆ କର୍ମଶାଳା - ଭୁବନେଶ୍ଵର - ଏପ୍ରିଲ ୧ ବିବରଣୀ*
ପ୍ରତିବନ୍ଧକ ଓ ସମାଧାନ
- ପ୍ରାୟ ସମସ୍ତ ନବୀନ ଉଇକିଆଳି ପ୍ରାଥମିକ ଭାବେ ଓଡ଼ିଆରେ ଟାଇପ କରିବାରେ ଅସୁବିଧାରେ
ପଡିଥିଲେ । ସେମାନଙ୍କୁ "ଟାଇପ ସହଯୋଗ" ପୃଷ୍ଠା ଦେଖାଇଦିଆଯାଇଥିଲା ଯାହା ସେମାନଙ୍କୁ
କି-ବୋର୍ଡ଼ ସୁଇଚ ଦବାଇ ଓଡ଼ିଆରେ କିପରି ଟାଇପ କରିପାରିବେ ତାହା ଶିଖାଇ ଦିଆଯାଇଥିଲା
।ମୃତ୍ୟୁଞ୍ଜୟ କର, କିପରି ସେମାନେ "ଦେଖଣା"ରେ କ୍ଲିକ କରି ସେମାନେ କିଛି ଭୁଲଭଟକା ଥିବା
ଲେଖାକୁ ସୁଧାରି କିପରି ସାଇତିପାରିବେ ତାହା ବୁଝାଇଥିଲେ । ଅଧିକ ଜାଣିବା ନିମନ୍ତେ
ସେମାନଙ୍କୁ "ଜାଣିବା କଥା" ର ଏକ ପୁସ୍ତିକା (FAQ Booklet) ବିତରଣ କରାଯାଇଥିଲା ।
- ଅନେକ କମ୍ପୁଟରରେ ଉଇଣ୍ଡୋଜ ଏକ୍ସ.ପି. (Windows XP) ଥିବାରୁ ଓଡ଼ିଆ ପଢ଼ିବାରେ
ଅସୁବିଧା ହୋଇଥିଲା ଯାହା ଅଭିଜ୍ଞ ଉଇକିଆଳିମାନେ ସୁଧାରିଦେଇଥିଲେ ।
ଆଗକୁ କରିବାକୁ ଥିବା କାମ
- ସମସ୍ତ ଯୋଗଦାନକାରୀଙ୍କୁ କିଛି ମୌଳିକ ସୂଚନା ସହିତ ଇ-ମେଲ ପଠାଯାଇଛି । ଓଡ଼ିଆ
ଉଇକିଆଳିଗଣ "ଆଲୋଚନା" ପୃଷ୍ଠାରେ ଓ ମେଲ ଜରିଆରେ ଯୋଗଦାନକାରୀଙ୍କ ସହ ଯୋଗାଯୋଗ କରି
ସେମାନଙ୍କୁ ସହଯୋଗ କରିବେ ।
- ଯୋଗଦାନକାରୀମାନଙ୍କୁ ଫେସବୁକରେ ଓଡ଼ିଆ ଉଇକିପିଡ଼ିଆ ଦଳ ସହ ଯୋଡିବାକୁ ଲିଙ୍କ
ଦିଆଯିବ ଯାହା ଫଳରେ ସେମାନେ ସହଜରେ ପ୍ରଶ୍ନ ପଚାରିପାରିବେ ।
ଶିକ୍ଷା
- ଉଇକିପିଡ଼ିଆ ବାବଦରେ ଖାଲି ନକହି ପ୍ରକୃତ ସମ୍ପାଦନ ଉପରେ ଅଧିକ ଗୁରୁତ୍ଵ ଦିଆଯିବ -
ବ୍ୟକ୍ତିଗତ ଭାବରେ ପ୍ରତି ଯୋଗଦାନକାରୀଙ୍କୁ କର୍ମଶାଳା ସମୟରେ ସେମାନଙ୍କ ଅସୁବିଧା ପଚାରି
ସହଯୋଗ କରାଯିବ ।
- କର୍ମଶାଳା ପରେ ନବୀନ ଉଇକିଆଳିଙ୍କୁ ଅଧାପନ୍ତରିଆରେ ଛାଡି ନଦେଇ କିପରି ସହଯୋଗ
କରାଯିବ ତାହା ଉପରେ ଧ୍ୟାନ ଦିଆଯିବ ।
ଟୀକା
1. ↑ 1.0 1.1 New Username
creations<http://or.wikipedia.org/wiki/%E0%AC%AC%E0%AC%BF%E0%AC%B6%E0%AD…
2. ↑
User:Errajkishor<http://or.wikipedia.org/wiki/%E0%AC%AC%E0%AC%BF%E0%AC%B…
3. ↑ User:Arup
Samal<http://or.wikipedia.org/wiki/%E0%AC%AC%E0%AC%BF%E0%AC%B6%E0%AD%87%…
4. ↑
User:Ucsahoo<http://or.wikipedia.org/wiki/%E0%AC%AC%E0%AC%BF%E0%AC%B6%E0…
5. ↑
User:Saileshpat<http://or.wikipedia.org/wiki/%E0%AC%AC%E0%AC%BF%E0%AC%B6…
6. ↑
http://toolserver.org/~tparis/pcount/index.php?name=saileshpat&lang=or&…
ସାଧୁବାଦ
କମଳାକାନ୍ତ ନାୟକ (kamalakanta777(a)gmail.com)
*facebook.com/OdiaWiki*
*
Tweet @OdiaWiki
*