ଓଡିଆଭାଷା ସଂସ୍କୃତମୁକ୍ତ ହେବା ଜରୁରୀ , ତାହା ନ ହେଲେ ମୂଳ ଓଡିଆ ଶବ୍ଦ ବ୍ୟବହାର ହୋଇପାଇବନାହିଁ | ତେଣୁ ଯଥା ସମ୍ଭବ ଯୁକ୍ତାକ୍ଷର ଶବ୍ଦ ଆଡେଇ ସହଜ ସରଳ ଗାଉଁଲି ଭାଷା ବ୍ୟବହାର କରିବାର ଆବଶ୍ୟକ ରହିଛ | ପୂର୍ବାଭାସ ବା ପୂର୍ବାବଲୋକନ ସଂସ୍କୃତଶବ୍ଦ , ଓଡିଆଭାଷା ବ୍ୟବହାରରେ ଇଗ୍ରାଜୀ ଭଳି ସଂସ୍କୃତ ଶବ୍ଦ ପ୍ରୟୋଗକୁ ବିରୋଧ କରିବା ଉଚିତ୍|
On 4/1/12, Swmbi Mwhatw mwhatw@gmail.com wrote:
କିନ୍ତୁ ପୂର୍ବାଭାସଟା preview ନୁହେଁ, ଏହା Recap.. ତା ଛଡ଼ା ଓଡ଼ିଆ ଭାଷାକୁ ଆଜି ତାରିଖରେ ଯଦି ଅଧିକରୁ ଅଧିକ ଲୋକପ୍ରିୟ କରିବାକୁ ଆମେ ଚାହୁଁଛେ, ତାହେଲେ ଆମକୁ 'ଦେଖଣା' ଭଳି ଯୁକ୍ତାକ୍ଷର ନଥିବା ଶବ୍ଦଗୁଡ଼ିକୁ ଆଦରି ନେବାକୁ ପଡ଼ିବ.. ନ ହେଲେ ସେମିତି ଯୁକ୍ତାକ୍ଷର ବହୁଳ ଶବ୍ଦର ପ୍ରାଚୁର୍ଯ୍ୟ ଦେଖି ଯେ କେହି ଓଡ଼ିଆ ଭାଷୀ (ମୋ ଭଳି) ଆଗଭଳି ଇଙ୍ଗ୍ଲିସ ଭାଷାରେ କାମ କରିବାକୁ ପସନ୍ଦ କରିବ.. ତେଣୁ 'ଦେଖଣା'ଟା ରହୁ..
-- ସଁବି ମହାତ