ସମସ୍ତଙ୍କୁ ନମସ୍କାର,
ଏହି ଲେଖାଟିରେ ଗତ ସପ୍ତାହରେ ଓଡ଼ିଆ ଉଇକିଆଳିଙ୍କ ମାନଙ୍କର କାର୍ଯ୍ୟ ଏବଂ ଓଡ଼ିଆ ଉଇକି ବିଷୟରେ ଅନ୍ୟାନ୍ୟ ନୂଆ ଖବର ଏବଂ ତଥ୍ୟ ବିଷୟରେ ଲେଖାଯାଇଛି ।
#୧ ପ୍ରଥମ ଖବରଟି ଉଇକି ବିଷୟରେ । ରଜ ପର୍ବ ଅବସରରେ ଓଡ଼ିଆ ଉଇକି ପରିବାରରେ ଏହାକୁ ଏକ ଭିନ୍ନ ଉପାୟରେ ପାଳିଥିଲେ । ରଜରେ ଖାଉଥିବା ପାନ, ରଜ ପର୍ବ ଇତ୍ୟାଦି ଭଳି ନୂଆ ଲେଖାମାନ ଆସିଥିଲା । ଓଡ଼ିଆ ଉଇକି ଆପଣ ମାନଙ୍କ ଭଳି ସଭ୍ୟ ମାନଙ୍କ ପାଇଁ ବର୍ତମାନ ଟିକେ ଆଗ ଠାରୁ ଅଧିକ ସଚଳ ହୋଇ ଉଠିଛି । ସେଥି ପାଇଁ କିଛି ପୁରୁଖା ଉଇକିଆଳିମାନଙ୍କ ସହଯୋଗ ଓ ନୂଆ ଉଇକିଆଳିମାନଙ୍କର ସଦ୍ଦିଛା ହିଁ ଦାୟୀ । ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ।
# ୨ ଦ୍ଵିତୀୟ କଥାଟି ଓଡ଼ିଆ ଉଇକି ସଦସ୍ୟ ମାନଙ୍କର ଉଇକିମିଡ଼ିଆ ଫାଉଣ୍ଡେସନର କନସଲଟାଣ୍ଟ ଶ୍ରୀଯୁକ୍ତ ଅଶୋକ ମିଶ୍ରଙ୍କ ସହ ଭେଟ ବିଷୟରେ । ଅଶୋକ ମିଶ୍ର ହେଉଛନ୍ତି ଉଇକିମିଡ଼ିଆ ଫାଉଣ୍ଡେସନର ଜଣେ କନସଲଟାଣ୍ଟ ଯିଏକି ଆମେରିକାରେ ବାର୍ଷିକ ଅନୁଦାନ ସଂଗ୍ରହ ସମୟରେ ଭାରତୀୟ ମୁଦ୍ରା ଉପରେ କାମ କରନ୍ତି । ଆଗରୁ କରାଯାଇଥିବା ସମୟ ତାଲିକା ଅନୁସାରେ ଓଡ଼ିଆ ଉଇକିଆଳି ଦୀପ୍ତିମାନ ପାଣିଗ୍ରାହୀ ଓ ଜ୍ଞାନରଞ୍ଜନ ସାହୁ ତାଙ୍କ ଘରେ ଶ୍ରୀଯୁକ୍ତ ମିଶ୍ରଙ୍କୁ ଭେଟିଥିଲେ ।
ଶ୍ରୀଯୁକ୍ତ ମିଶ୍ର କେତେ ଗୁଡିଏ ପ୍ରଶ୍ନ ପଚାରିଥିଲେ ସେଗୁଡିକ ମଧ୍ୟରୁ କିଛି ହେଲା :
* ଓଡ଼ିଆ ଉଇକିରେ କେତେଜଣ ସଚଳ ସଭ୍ୟ ଅଛନ୍ତି ?
* କେତେଜଣ ସଭ୍ୟ ଓଡ଼ିଶାରେ ସଚଳ ଅଛନ୍ତିଏବଂ କେତେଜଣ ଓଡ଼ିଶା ବାହାରେ ?
* ଉଇକି ପିଡ଼ିଆର ଓଡ଼ିଶା/ଭାରତରେ କେତୋଟି ସର୍ଭର ଅଛି ?
* କିଏ କିଏ ଏହାକୁ ନିୟନ୍ତ୍ରଣ କରୁଛନ୍ତି ?
* କେତେ କେତେ କର୍ମଶାଳା ଏବଂ ମେଳଣ ହୋଇଥିଲା ଓ କେବେ କେବେ ?
* ଆଗକୁ କଣ ସବୁ ଯୋଜନା ଅଛି ?
* ତାଙ୍କ କହିବା ଅନୁସାରେ ଭାରତରୁ ବହୁତ ଗୁଡିଏ ଅର୍ଥ ଦାନ ହେଉଛି । ଓଡ଼ିଶାରେ କିପରି କିଛି ଲୋକ ଦାନ କରିବେ ସେଥି ପାଇଁ ଆଗକୁ ପ୍ରୟାସ କରିବା । ଏହି ପରି ଅନେକ ଗୁଡିଏ ଆଲୋଚନା ହେଇଥିଲା । ଏହି ମିଳନଟି ସମ୍ପୂର୍ଣ ଭାବେ ବସରକାରୀ (unofficial) ଥିଲା ।
*ଦୀପ୍ତିମାନ ଓ ଜ୍ଞାନଙ୍କ ସହ ହୋଇଥିବା ଆଲୋଚନାରୁ କିଛି :*
ବର୍ତମାନ ସଚଳ ଉଇକିଆଳିଙ୍କ ଯେଉଁମାନେ ଓଡ଼ିଶାରେ ରହୁଛନ୍ତି ସେମାନଙ୍କ ସଂଖ୍ୟା ବହୁତ କମ ଅଛି । ତେଣୁ ସେମାନଙ୍କ ସଂଖ୍ୟା ବଢେଇବାକୁ ପଡିବ ଯୋଇଥି ପାଇଙ୍କି ଫେସବୁକରେ ଅଧିକ ସଚଳ ହେବାକୁ ପଡିବ ଏବଂ ବର୍ତମାନର ଉଇକିଆଳି ମାନଙ୍କୁ ଅଧିକ ଜ୍ଞାନ ଆହରଣ କରିବାକୁ ପଡିବ । ବର୍ତମାନ ଭୁବନେଶ୍ବରରେ କିମ୍ବା କଟକରେ ଗୋଟିଏ କାର୍ମଶାଳା କରିବାକୁ ଚେଷ୍ଟା କରାଯାଉଛି । ଯେଉମାନେ ସହଯୋଗ କରିବା ପାଇଁ ଇଚ୍ଛୁକ ଅଛନ୍ତି ଦୟାକରି ଏଠି ଜଣାନ୍ତୁ ।
ଆମ ଓଡ଼ିଆ ଉଇକି ପରିବାରରେ ଏହି ଅଳ୍ପ କିଛି ଦିନ ହେବ ଅନେକ ନୂତନ ସଭ୍ୟ ଯୋଗ ଦେଇଛନ୍ତି ଯାହା ଏକ ସୁଖବର । ଅଧୁନା ୧୩ ଜଣ ସକ୍ରିୟ ସଭ୍ୟ ଅଛନ୍ତି ।
ଉପୋରକ୍ତ ସମସ୍ତ ତଥ୍ୟ ଆପଣ ମାନଙ୍କୁ ଜଣାଇବା ପାଇଁ ଏବଂ କିପରି ଅଧିକ ସହୋଯାଗ କରିବେ ସେହି ବିଷୟରେ ଅବଗତ କରାଇବା ପାଇଁ । ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ !!
Thanks & Regards, *Jnanaranjan Sahu* *Bhubaneswar*