ସଂକ୍ଷିପ୍ତ ବିବରଣୀ
ଓଡ଼ିଆ ଉଇକି ସଙ୍ଘର ଉତ୍ତରୋତ୍ତର ଗଠନ ତଥା
ଉଇକିଆଳି ମାନେ ସମ୍ମୁଖୀନ ହେଉଥିବା ଅସୁବିଧା ଏବଂ ତାର ପ୍ରତିକାର ଇତ୍ୟାଦିର ସମୀକ୍ଷା
ନିମନ୍ତେ ଏହି କର୍ମଶାଳାର ଆୟୋଜନ କରାଯାଇଥିଲା । ତତସହିତ ଆମ୍ଭେ କିଛି ସଫଳ ଉଇକିଆଳି
ମାନଙ୍କୁ ଉତ୍ସାହିତ କରିବାକୁ ଚେଷ୍ଟା କରିଥିଲୁ ।
ଓଡ଼ିଆ ଉଇକିପିଡ଼ିଆକୁ କିଛି ସକ୍ରିୟ ସଭ୍ୟ ଅନଲାଇନ ମାଧ୍ୟମ ଦ୍ଵାରା ପ୍ରାପ୍ତ
ହୋଇଥିବା ସତ୍ତ୍ଵେ, ବିଗତ କିଛି ମାସ ଧରି ବିଭିନ୍ନ କର୍ମଶାଳା ଏବଂ ମେଳଣ ସହିତ, ଓଡ଼ିଆ
ଉଇକିପିଡ଼ିଆ ସଙ୍ଘ ନୂତନ ଉଇକିଆଳି ସୃଷ୍ଟି କରିବା ତଥା ସେମାନଙ୍କୁ ଉଇକି ସଙ୍ଘରେ
ସକ୍ରିୟ କରାଇ ରଖିବାରେ ବର୍ତ୍ତମାନ ପ୍ରଚେଷ୍ଟାରତ ଅଛି ।
ଓଡ଼ିଆ ଉଇକି ସଙ୍ଘ ବର୍ତ୍ତମାନ ଏକ କ୍ଷୁଦ୍ରାବସ୍ଥା ଦେଇ ଗତି କରୁଥିବାରୁ, ଏହାର
ଉନ୍ନତି ପାଇଁ ଅନଲାଇନ କାର୍ଯ୍ୟକଳାପ ଉପରେ ଗୁରୁତ୍ଵ ଦେବା ଥିଲା କର୍ମଶାଳାର ମୁଖ୍ୟ
ପ୍ରସଙ୍ଗ । ଏପରିକି ବର୍ତ୍ତମାନ ସକ୍ରିୟ ଥିବା କିଛି ଉଇକି-ସମ୍ପାଦକ ଏହି ଅନଲାଇନ
ମାଧ୍ୟମରେ ମିଳିଆସିଥିବାର ମଧ୍ୟ ନଜିର ରହିଅଛି, ଯେପରିକି ସୁରଥ ପାଢୀ[୧], ଚିନ୍ମୟ
ଦାଶ[୨] ମନୋରଞ୍ଜନ ବେହେରା[୩], ପ୍ରଶାନ୍ତ ଭୂୟାଁ[୪] ଇତ୍ୟାଦି । ଏହାସହିତ, ଓଡ଼ିଆ
ଲିପିରେ ଲେଖାଲେଖି କରୁଥିବା କିଛି ଯୁବକ-ଯୁବତୀଙ୍କୁ ଦେଖି ସୁଭାସିସ ପାଣିଗାହି ଫେସବୁକ
ଏବଂ ଟୁଇଟର ଜରିଆରେ "ଓଡ଼ିଆ ଉଇକିପିଡ଼ିଆ" ଏବଂ ଏହାର ସମ୍ପାଦନା ଇତ୍ୟାଦି ବିଷୟରେ
ଅବଗତ କରାଇବାର ଅନୁଭୁତି ବାଣ୍ଟିଥିଲେ ।
ପରବର୍ତ୍ତୀ ପଦକ୍ଷେପ- ଫେସବୁକରେ ଥିବା ଓଡ଼ିଆ
ଉଇକିପିଡ଼ିଆ ପୃଷ୍ଠାଟିକୁ, ନୁତନ ଉଇକିଆଳି ସୃଷ୍ଟି କରାଇବା ଦିଗରେ ଅଧିକରୁ ଅଧିକ
ଉପଯୋଗୀ କରାଇବା । ଉଇକିପିଡ଼ିଆ ସହ ନୂତନ ଉଇକିଆଳି ମାନଙ୍କୁ ଯୋଡିବାରେ ଫେସବୁକକୁ ଏକ
ମୁଖ୍ୟ ମାଧ୍ୟମ ଭାବେ ବ୍ୟବହାର କରିବା ତଥା ଉଇକିପିଡ଼ିଆ ସମ୍ପର୍କୀୟ ସମସ୍ତ ଚର୍ଚ୍ଚାଦି
"ଉଇକିପିଡ଼ିଆ ଆଲୋଚନା ସଭା"ରେ କରିବାକୁ ଗୁରୁତ୍ଵାରୋପ କରାଯାଇଥିଲା । ଏଥି ସହିତ
ଯୋଗଦେବା ପାଇଁ ନୂତନ ଉଇକିଆଳିମାନଙ୍କୁ ଯଥାଶୀଘ୍ର ଉତ୍ସାହିତ କରାଯିବ ।
- ଫେସବୁକକୁ କିପରି ଏକ ପ୍ରଭାବକାରୀ ମାଧ୍ୟମ ଭାବେ ବ୍ୟବହାର
କରାଯାଇପାରିବ, ସେ ସମ୍ବନ୍ଧରେ ନୂପୂର ସହାୟତା ପ୍ରଦାନ କରିବା ସହିତ କିଛି ଇଚ୍ଛୁକ
ସଙ୍ଘ ସଭ୍ୟ ମାନଙ୍କ ସହ ମିଶି କାର୍ଯ୍ୟ କରିବେ ।
- ଅନଲାଇନ
କଥୋପକଥନକୁ ଅଧିକ ନିୟମିତ କରାଯିବ, ଯାହା ଫଳରେ ନୂତନ ଉଇକିଆଳିମାନଙ୍କୁ ଅଭିଜ୍ଞ
ଉଇକିଆଳିଙ୍କଠାରୁ ଉଇକି ସମ୍ପାଦନା ଇତ୍ୟାଦି ବିଷୟରେ ସହାୟତା ପ୍ରଦାନ କରିବ ।