ଓଡ଼ିଆ ଉଇକିପିଡ଼ିଆ ସଙ୍ଘ ମେଳଣ  - ଅପ୍ରେଲ ୦୧, ୨୦୧୨

ସଂକ୍ଷିପ୍ତ ବିବରଣୀ

ଓଡ଼ିଆ ଉଇକି ସଙ୍ଘର ଉତ୍ତରୋତ୍ତର ଗଠନ ତଥା ଉଇକିଆଳି ମାନେ ସମ୍ମୁଖୀନ ହେଉଥିବା ଅସୁବିଧା ଏବଂ ତାର ପ୍ରତିକାର ଇତ୍ୟାଦିର ସମୀକ୍ଷା ନିମନ୍ତେ ଏହି କର୍ମଶାଳାର ଆୟୋଜନ କରାଯାଇଥିଲା । ତତସହିତ ଆମ୍ଭେ କିଛି ସଫଳ ଉଇକିଆଳି ମାନଙ୍କୁ ଉତ୍ସାହିତ କରିବାକୁ ଚେଷ୍ଟା କରିଥିଲୁ ।

ଓଡ଼ିଆ ଉଇକିପିଡ଼ିଆକୁ କିଛି ସକ୍ରିୟ ସଭ୍ୟ ଅନଲାଇନ ମାଧ୍ୟମ ଦ୍ଵାରା ପ୍ରାପ୍ତ ହୋଇଥିବା ସତ୍ତ୍ଵେ, ବିଗତ କିଛି ମାସ ଧରି ବିଭିନ୍ନ କର୍ମଶାଳା ଏବଂ ମେଳଣ ସହିତ, ଓଡ଼ିଆ ଉଇକିପିଡ଼ିଆ ସଙ୍ଘ ନୂତନ ଉଇକିଆଳି ସୃଷ୍ଟି କରିବା ତଥା ସେମାନଙ୍କୁ ଉଇକି ସଙ୍ଘରେ ସକ୍ରିୟ କରାଇ ରଖିବାରେ ବର୍ତ୍ତମାନ ପ୍ରଚେଷ୍ଟାରତ ଅଛି ।
 
ଓଡ଼ିଆ ଉଇକି ସଙ୍ଘ ବର୍ତ୍ତମାନ ଏକ କ୍ଷୁଦ୍ରାବସ୍ଥା ଦେଇ ଗତି କରୁଥିବାରୁ, ଏହାର ଉନ୍ନତି ପାଇଁ  ଅନଲାଇନ କାର୍ଯ୍ୟକଳାପ ଉପରେ ଗୁରୁତ୍ଵ ଦେବା ଥିଲା କର୍ମଶାଳାର ମୁଖ୍ୟ ପ୍ରସଙ୍ଗ । ଏପରିକି ବର୍ତ୍ତମାନ ସକ୍ରିୟ ଥିବା କିଛି ଉଇକି-ସମ୍ପାଦକ ଏହି ଅନଲାଇନ ମାଧ୍ୟମରେ ମିଳିଆସିଥିବାର ମଧ୍ୟ ନଜିର ରହିଅଛି, ଯେପରିକି ସୁରଥ ପାଢୀ[୧], ଚିନ୍ମୟ ଦାଶ[୨] ମନୋରଞ୍ଜନ ବେହେରା[୩], ପ୍ରଶାନ୍ତ ଭୂୟାଁ[୪] ଇତ୍ୟାଦି । ଏହାସହିତ, ଓଡ଼ିଆ ଲିପିରେ ଲେଖାଲେଖି କରୁଥିବା କିଛି ଯୁବକ-ଯୁବତୀଙ୍କୁ ଦେଖି ସୁଭାସିସ ପାଣିଗାହି ଫେସବୁକ ଏବଂ ଟୁଇଟର ଜରିଆରେ  "ଓଡ଼ିଆ ଉଇକିପିଡ଼ିଆ"  ଏବଂ ଏହାର ସମ୍ପାଦନା ଇତ୍ୟାଦି ବିଷୟରେ ଅବଗତ କରାଇବାର ଅନୁଭୁତି ବାଣ୍ଟିଥିଲେ ।

ପରବର୍ତ୍ତୀ ପଦକ୍ଷେପ
  • ଫେସବୁକରେ ଥିବା ଓଡ଼ିଆ ଉଇକିପିଡ଼ିଆ ପୃଷ୍ଠାଟିକୁ, ନୁତନ ଉଇକିଆଳି ସୃଷ୍ଟି କରାଇବା ଦିଗରେ ଅଧିକରୁ ଅଧିକ ଉପଯୋଗୀ କରାଇବା । ଉଇକିପିଡ଼ିଆ ସହ ନୂତନ ଉଇକିଆଳି ମାନଙ୍କୁ ଯୋଡିବାରେ ଫେସବୁକକୁ ଏକ ମୁଖ୍ୟ ମାଧ୍ୟମ ଭାବେ ବ୍ୟବହାର କରିବା ତଥା ଉଇକିପିଡ଼ିଆ ସମ୍ପର୍କୀୟ ସମସ୍ତ ଚର୍ଚ୍ଚାଦି "ଉଇକିପିଡ଼ିଆ ଆଲୋଚନା ସଭା"ରେ କରିବାକୁ ଗୁରୁତ୍ଵାରୋପ କରାଯାଇଥିଲା । ଏଥି ସହିତ ଯୋଗଦେବା ପାଇଁ ନୂତନ ଉଇକିଆଳିମାନଙ୍କୁ ଯଥାଶୀଘ୍ର ଉତ୍ସାହିତ କରାଯିବ ।
  • ଫେସବୁକକୁ କିପରି ଏକ ପ୍ରଭାବକାରୀ ମାଧ୍ୟମ ଭାବେ ବ୍ୟବହାର କରାଯାଇପାରିବ, ସେ ସମ୍ବନ୍ଧରେ ନୂପୂର ସହାୟତା ପ୍ରଦାନ କରିବା ସହିତ କିଛି ଇଚ୍ଛୁକ ସଙ୍ଘ ସଭ୍ୟ ମାନଙ୍କ ସହ ମିଶି କାର୍ଯ୍ୟ କରିବେ ।
  •  ଅନଲାଇନ କଥୋପକଥନକୁ ଅଧିକ ନିୟମିତ କରାଯିବ, ଯାହା ଫଳରେ ନୂତନ ଉଇକିଆଳିମାନଙ୍କୁ ଅଭିଜ୍ଞ ଉଇକିଆଳିଙ୍କଠାରୁ ଉଇକି ସମ୍ପାଦନା ଇତ୍ୟାଦି ବିଷୟରେ ସହାୟତା ପ୍ରଦାନ କରିବ ।
  •  ଓଡ଼ିଆରେ ପ୍ରସ୍ତୁତି ଆଲେଖ ଏବଂ ତଥ୍ୟାବଳୀ ଆଦି ତିଆରି କରାଯିବ, ଯାହାକି ଅନଲାଇନ କାର୍ଯ୍ୟକଳାପରେ ବ୍ୟବହାର କରାଯିବ (ପ୍ରସ୍ତୁତି ଆଲେଖ[presentations], ପିଡିଏଫ ପ୍ରଭାରପତ୍ର[pdf cheat-sheets], ରୋମାନ-ଓଡ଼ିଆ ଟ୍ରାନ୍ସଲିଟେରସନ (ଲିପି-ଅନ୍ତରଣ), ଜାଣିବା କଥା (FAQ) ବହି ଇତ୍ୟାଦି)
  • ଆଗରୁ ଉପସ୍ଥାପିତ କରାଯାଇଥିବା ଚାଟସଭାକୁ ନୂତନ ଉଇକିଆଳି ମାନଙ୍କ ସହିତ କଥୋପକଥନ ଏବଂ କାରିଗରି (Technical) ସହାୟତା ନିମନ୍ତେ ବ୍ୟବହାର କରାଯିବ...ଏହା ଉଇକିପିଡ଼ିଆରେ ନୂତନ ଉଇକିଆଳି ମାନଙ୍କୁ ସହଜ ସରଳ ଭାବେ ସେମାନଙ୍କ ପ୍ରଶ୍ନର ଉତ୍ତର ଦେବାରେ ସାହାଯ୍ୟ କରି ଥାଏ ।
  • ଆପୋଷ ସହଯୋଗର ଉତ୍କୃଷ୍ଟତା ବହୁତ ଗୁରୁତ୍ଵପୂର୍ଣ୍ନ ଅଟେ ଏବଂ ଉଇକିପ୍ରକଳ୍ପ ଏହାକୁ ବଢାଇବାରେ ଏକ ମୂଖ୍ୟ ଭୂମିକା ନିର୍ବାହ କରିଥାଏ । ବ୍ୟବହାରକାରୀ:Shisir_1945 "ଉଇକିପ୍ରକଳ୍ପ ବିଜ୍ଞାନ"[୫] ନାମରେ ଏକ ନୂଆ ପ୍ରକଳ୍ପ ଆରମ୍ଭ କରିଛନ୍ତି । ଏହା ଅତ୍ୟନ୍ତ ଜରୁରୀ ଯେ, ଉଇକିଆଳିଙ୍କ ଭିତରେ ସମନ୍ଵୟ ରକ୍ଷା କରିବା ଦିଗରେ, ଏହିପରି ଉଇକିପ୍ରକଳ୍ପ ଗୁଡିକର ସମ୍ପାଦନ କାର୍ଯ୍ୟ ସମୟାନୁଯାୟୀ ଏବଂ ବ୍ୟକ୍ତିଗତ ଆଗ୍ରହ ଅନୁସାରେ ବିଭାଜନ କରାଯିବ ।
ପ୍ରତିବନ୍ଧକ ଓ ସମାଧାନ
  • ଉଇକି ସଙ୍ଘର ସଭ୍ୟ ମାନେ ନୂତନ ଉଇକିଆଳି ମାନଙ୍କୁ ପ୍ରଦାନ କରୁଥିବା ଉପଲବ୍ଧ ନଥିଗୁଡିକରେ ଲେଖା ଆକାରରେ ଅନେକ ତଥ୍ୟ ରହିଆସିଅଛି । ତେଣୁ ସେଗୁଡିକର ସରଳୀକରଣ ପାଇଁ ସଚିତ୍ର ବ୍ୟାଖ୍ୟା କରିବା ଦରକାର ହେଉଛି, ଉଦାହରଣସ୍ଵରୁପ ସ୍କ୍ରିନସଟ ଏବଂ କ୍ରମାନୁଯାୟୀ ସଜଡା ଯାଇଥିବା ସମ୍ପାଦନା ନିର୍ଦ୍ଦେଶାବଳୀ ଇତ୍ୟାଦି ।
  • ଓଡ଼ିଆ ଉଇକିପିଡ଼ିଆରେ ଲେଖା-ଲେଖି କଲେ କିପରି ଲାଭ ମିଳିବ? ଆଞ୍ଚଳିକ ଭାଷା ପ୍ରତି ଲୋକଙ୍କ କମ ଆଗ୍ରହ କାହିଁକି? ଇତ୍ୟାଦି  ଭଳି  କିଛି ଗୁରୁତ୍ଵପୂର୍ଣ୍ନ ପ୍ରଶ୍ନ ମୃତ୍ୟୁଞ୍ଜୟଙ୍କୁ ପଚରାଯାଇଥିଲା ଏବଂ ଏହାକୁ ନେଇ କିଛି  ପ୍ରସ୍ତାବିତ ରାୟ ଦିଆଯାଇଥିଲା । ଯେପରିକି, ଓଡ଼ିଆ ଉଇକିପିଡ଼ିଆର ଉନ୍ନତି ନିମନ୍ତେ ସ୍ଵଳ୍ପ କିନ୍ତୁ ଆଗ୍ରହୀ ସଭ୍ୟ ମାନଙ୍କ ଉପରେ ଧ୍ୟାନ କେନ୍ଦ୍ରୀତ କରାଯିବା - ଏବଂ ବଚନବଦ୍ଧ ଭାବେ ସମୟ ପ୍ରୟୋଗ କରି ଉତ୍ପ୍ରେରିତ କରାଗଲେ ଏପରି ବହୁତ ଦକ୍ଷତାଶାଳୀ ତଥା ସଠିକ ମନୋବୃତ୍ତି ଥିବା ସଭ୍ୟ ସୃଷ୍ଟି ହେଇପାରିବେ ।
  • ଓଡ଼ିଆ ଉଇକିପିଡ଼ିଆର ସୁପରିଚିତ ନ ହୋଇପାରିବା ଭଳି ବିଷୟବସ୍ତୁ ଆଦି ଆଲୋଚନା କରାଯାଇଥିଲା ଏବଂ ଏହାର ପ୍ରତିକାର ସ୍ଵରୁପ କିଛି ଉପଯୋଗୀ ପଦକ୍ଷେପ ନିଆଯିବା ପାଇଁ ମନ୍ତବ୍ୟ ପ୍ରଦାନ ହୋଇଥିଲା - ଯଥା; ନୂତନ ଯୋଗାଯୋଗ ସୃଷ୍ଟି ଦେଇ  ୱେବ, ପ୍ରିଣ୍ଟ ଏବଂ ଅନ୍ୟାନ୍ୟ ମାଧ୍ୟମ ଜରିଆରେ ଓଡ଼ିଆ ଉଇକିପିଡ଼ିଆ ସମ୍ବନ୍ଧରେ ଅବଗତ କରାଇବା । ଏହି ଉଇକିପିଡ଼ିଆରେ ଯେ ସମସ୍ତେ ସମ୍ପାଦନା କରିପାରିବେ ଏବଂ ଏହା ଏକ ମୁକ୍ତ ଜ୍ଞାନକୋଷ ବୋଲି ସୁଚିତ କରାଇବା ।
  • ବର୍ତ୍ତମାନର ଟାଇପିଙ୍ଗ ବ୍ୟବସ୍ଥାରେ କିଛି କ୍ଷୁଦ୍ର ସମସ୍ୟା ରହିଅଛି, ସେଗୁଡିକର ଅତିଶୀଘ୍ର ସମାଧାନ କରାଯିବ ।
ଶିକ୍ଷା
  • ଏହା ଏକ ସଫଳତମ ମେଳଣ ତଥା କର୍ମଶାଳା ହୋଇପାରିଥିଲା ଏବଂ ଏହା ପଛରେ ୩ଟି ମୁଖ୍ୟ କାରଣ ହେଲା, ସମସ୍ତ ସଭ୍ୟ ମାନଙ୍କୁ ମନ୍ତବ୍ୟ ପ୍ରଦାନ କରିବାରେ ଉତ୍ସାହିତ କରାଯାଇଥିଲା, ଏକ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଉପରେ ସମସ୍ତଙ୍କର ତର୍କସଂଗତ ହୋଇ ରହିବା ଏବଂ ପରିଶେଷରେ ଆମେ ସମସ୍ତେ ଏହି ମେଳଣ ତଥା କର୍ମଶାଳାରେ ଭାଗ ନେଇ ଆମୋଦିତ ହେଇଥିଲୁ ।
  • ଏହିପରି ମେଳଣ ତଥା କର୍ମଶାଳା ଗୁଡିକର ସମାପନ ପରେ ଏହା ଅତ୍ୟନ୍ତ ମହତ୍ଵପୂର୍ଣ୍ନ ହେଇଯାଏ ଯେ, ଆଗକୁ ନେବାକୁ ଥିବା ସମସ୍ତ ପଦକ୍ଷେପଗୁଡିକ ସ୍ପଷ୍ଟ ହୋଇଯାଏ । ପ୍ରତ୍ୟକଙ୍କୁ ଆଗକୁ କଣ କରିବାକୁ ପଡିବ ଏହି ସମ୍ପର୍କରେ ପ୍ରତିଟି ସଭ୍ୟ ଅବଗତ ଥା'ନ୍ତି । ଅଭିଜ୍ଞ ସମ୍ପାଦକମାନେ କେବଳ ବ୍ୟକ୍ତିଗତ ଲେଖା ସହିତ ସାମୁଦାୟିକ ବିକାଶ ଉପରେ ମଧ୍ୟ ଗୁରୁତ୍ଵ ଦେବା ଉଚିତ । ଶୈକ୍ଷିକ ସତ୍ର, ନୂତନ ଉଇକିଆଳିଙ୍କ ସହ ହାତ ମିଶାଇ କାର୍ଯ୍ୟ କରିବା ଏବଂ ନୂଆ ଉଇକିପ୍ରକଳ୍ପ ଗୁଡିକର ସୃଷ୍ଟି ତଥା ସେଗୁଡିକର ପ୍ରବନ୍ଧ ଇତ୍ୟାଦି ଏହାର ଅନ୍ତର୍ଭୁକ୍ତ ।

ଦେଖଣା/ଟିପ୍ପଣୀ

    ↑ [୧] User:ସୁରଥ_କୁମାର_ପାଢ଼ୀ
    ↑ [୨] User:ଚିନ୍ମୟ ଦାଶ
    ↑ [୩] User:ManXiii
    ↑ [୪] User:Prasantabhunya
    ↑ [୫] http://or.wikipedia.org/wiki/WP/SCI


ଧନ୍ୟବାଦର ସହ,
ମନୋରଞ୍ଜନ ବେହେରା

user:ManXiii