ଆଦରର ଉଇକିଆଳିଗଣ,

ଓଡ଼ିଆ ଉଇକିପିଡ଼ିଆରେ ଅଧିକ ଛବି, କଥା, ଭିଡ଼ିଓ ଆଦି ଭରି ତାହାକୁ ଆହୁରି ସୁନ୍ଦର କରିବା  ନିମନ୍ତେ ତଥା ଅଧିକରୁ ଅଧିକ ଲୋକଙ୍କୁ ଉଇକିପିଡ଼ିଆ ଅଭିଯାନ ଭିତରକୁ ଆଣିବା ପାଇଁ "ଉଇକିପିଡ଼ିଆକୁ ଭଲପାଏ ଓଡ଼ିଆ" (http://commons.wikimedia.org/wiki/Category:Odia_loves_Wikipedia) ନାମରେ ପ୍ରକଳ୍ପଟିଏ  ଜୁନ ମାସରେ ଆରମ୍ଭ ହୋଇଥିଲା ଯେଉଁଥିରେ ଓଡ଼ିଆ ଉଇକିଆଳିମାନେ ୭୭୪ଟି ମାଧ୍ୟମ (ଛବି, ଭିଡ଼ିଓ  , ପି.ଡି.ଏଫ. ଆଦି) ଅପଲୋଡ଼ କରିଥିଲେ, ଏହା ଅନେକ ଦିନ ଧରି ଚାଲିଥିବାରୁ ଧିରେ ଧିରେ ଏଥିରେ ଅପଲୋଡ଼ ମାନ୍ଦା ପଡ଼ିଥିବା ବୋଧହୁଏ, ତେଣୁ ଓଡ଼ିଆ ଉଇକିଆଳିଙ୍କୁ ଅଧିକ ଛବି (ଫଟୋ), ଭିଡ଼ିଓ ଆଦି ଅପଲୋଡ଼ କରିବାରେ ଆଗଭର କରିବା ପାଇଁ ଆଉ ଏକ ନୂଆ ପ୍ରକଳ୍ପର ଯୋଜନା ହାତକୁ ନେବା ପାଇଁ ମୁଁ ସବୁ ଉଇକିଆଳିଙ୍କୁ ଅନୁରୋଧ କରୁଛି ।ଏହି ନୂଆ ଉଇକିପ୍ରକଳ୍ପରେ ଓଡ଼ିଶା ସହ ଯୋଡ଼ା  ବସ୍ତୁ, ସ୍ଥାନ, ବ୍ୟକ୍ତିତ୍ଵ ଓ ଆହୁରି ଅନେକ ମାଧ୍ୟମ (ମିଡ଼ିଆ) ଅପଲୋଡ଼ କରିପାରିବେ । ଆଉ ମଧ୍ୟ ଅନେକ ଫଟୋଗ୍ରାଫର ସତ୍ଵାଧୀକାର (କପିରାଇଟ) ବାବଦରେ ଭଲକରି ଜାଣିନଥାନ୍ତି । ତାହା ସେମାନଙ୍କୁ ବୁଝାଇବାକୁ ପଡ଼ିବ, ତା ଛଡ଼ା ସେମାନଙ୍କୁ  ଉଇକିପିଡ଼ିଆରେ ବ୍ୟବହାର ହେଉଥିବା ଫଟୋ/ଭିଡିଓ ଆଦିର କପିରାଇଟ କିପରି ସଂରକ୍ଷିତ ହୋଇ ରହିଥାଏ ତଥା ଏହା କିପରି ସେମାନଙ୍କ ଫଟୋ ଜଗତ ସାରାର ଲୋକଙ୍କ ପାଖରେ ଉଇକିପିଡ଼ିଆ ଦେଇ ପହଞ୍ଚିବ ସେ ବାବଦରେ ଉଇକିଆଳିମାନେ ଅଧିକ ଫଟୋଗ୍ରାଫରଙ୍କୁ ଅବଗତ କରାଇପାରିଲେ ଅଧିକରୁ ଅଧିକ ଲୋକ ଉଇକିପିଡ଼ିଆ ବାବଦରେ ଜାଣିବେ ଓ ଏଥିରେ  ଭାଗ ନେବେ ।

ଏକ ପ୍ରସଙ୍ଗରେ କିଛି ଛବି ରହିଲେ ତାହା କେବଳ ସୁନ୍ଦର ଦିଶେ ନାହିଁ, ଏହା ପ୍ରସଙ୍ଗର ମାନ ମଧ୍ୟ ବଢ଼ାଇଥାଏ, ତେଣୁ, ଉଇକିପିଡ଼ିଆ:ଉଇକିପ୍ରକଳ୍ପ/ଉଇକିପିଡ଼ିଆକୁ ଭଲପାଏ ଓଡ଼ିଆ୨ ନାମରେ (ବା ଆପଣମାନେ କିଛି ନାମ ବାଛିପାରନ୍ତି) ଏକ ନୂଆ ଉଇକିପ୍ରକଳ୍ପ ଆରମ୍ଭ କରିବାକୁ ମୁଁ ସଭିଙ୍କୁ ଅନୁରୋଧ କରୁଛି, ଏଥିରେ କଣ କଣ ରହିବ ତାହା ଆପଣ ଆଗର ପ୍ରକଳ୍ପ http://or.wikipedia.org/wiki/ଉଇକିପିଡ଼ିଆ:ଉଇକିପ୍ରକଳ୍ପ/ଉଇକିପିଡ଼ିଆକୁ_ଭଲପାଏ_ଓଡ଼ିଆ ରୁ ଦେଖି ପାରିବେ । ମୁଁ ଉଇକିପିଡ଼ିଆ:ଆଲୋଚନା ସଭା ରେ ଏହା ଲେଖୁଛି, ଦୟାକରି ନିଜର ମତାମତ ସହ ଏହି ପ୍ରକଳ୍ପ କେବେ ଆରମ୍ଭ କରି କେବେ ଶେଷ କଲେ ଭଲ ହେବ  ତାହା ଲେଖିବେ । ଆଉ ମଧ୍ୟ ନୂଆ ପ୍ରକଳ୍ପ ପୃଷ୍ଠାଟିଏ ତିଆରି କରି ଏହାକୁ ଆରମ୍ଭ କରିବେ ।

ଓଳଗି
ସୁଭ