ଆଦରର ଉଇକିଆଳି ବନ୍ଧୁଗଣ,

ଜୟ ଜଗନ୍ନାଥ! ଓଡ଼ିଆରେ ଟାଇପ କରିବା ପାଇଁ ଏକ ନୂଆ ଟୁଲ "ଲେଖନୀ"[୧] ଆରମ୍ଭ କରାଗଲା
। ଏହି ଟୁଲ ଉପରେ ପ୍ରଥମ କାମ ଆରମ୍ଭ ହୋଇଥିଲା ଅକ୍ଟୋବର ୨୦୧୧ ମୁମ୍ବାଇ ଉଇକିମିଡ଼ିଆ
ହ୍ୟାକାଥନ ସମ‌ୟରେ । ଲେଖନୀ ଟୁଲଟି ଆଉ କିଛି ଦିନ ଭିତରେ ଓଡ଼ିଆ ଉଇକିପିଡ଼ିଆ ତ‌ଥା
ଉଇକି ଅଭିଧାନରେ ଟାଇପ ଟୁଲ ଭାବରେ ଆସିବ । ଓଡ଼ିଆ ଶବ୍ଦର ଉଚ୍ଚାରଣକୁ ଭିତ୍ତି କରି
ଏହା ଆରମ୍ଭ କରାଯା‌ଇଛି । ଏଥିରେ କେଉଁ କେଉଁ ଓଡ଼ିଆ ଅକ୍ଷର ବ୍ୟବ‌ହାର କଲେ କେଉଁ
ଇଂରାଜୀ ଅକ୍ଷର ଦେଖାଯିବ ତାହା ଜାଣିବା ପାଇଁ ଏହି ଲିଙ୍କଟି[୨] ଦେଖନ୍ତୁ ।
ବର୍ତ୍ତମାନ ଏହାକୁ ଆପଣମାନେ ପରଖ କରିପାରିବେ ଓ ଏଥିରେ ଥିବା ଭୁଲ ଭଟକା ଏହି
ଲିଙ୍କରେ[୩] ଯାଇ ଜଣାଇପାରିବେ ।

ଏହା ଉପରେ ଏକ ବ୍ଲଗ:
http://cis-india.org/openness/blog/odia-wikipedia-gets-new-typing-solution

ଆଲୋଚନା ସଭାରେ ଏହା ବାବଦରେ ଘୋଷଣା: http://bitly.com/vp-lekhani

[୧]. http://or.wikipedia.org/wiki/WP:Lekhani
[୨]. http://or.wikipedia.org/wiki/WP:Lekhani
[୩]. http://or.wikipedia.org/wiki/Wikipedia_talk:Lekhani


।। ଇତି ।।
ସୁଭ
Subhashish Panigrahi
Programme Officer,
Access To Knowledge, Centre for Internet and Society
New Delhi
http://cis-india.org
http://facebook.com/groups/OdiaWiki @psubhashish